Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଚୀନକୁ ଝଟ୍‌କା ଦେବାକୁ ଜି୭ ଦେଶ ପ୍ରସ୍ତୁତ, ଜିନପିଙ୍ଗଙ୍କ ଡ୍ରିମ୍‌ ପ୍ରୋଜେକ୍ଟକୁ ମାତ୍‌ ଦେବା ପାଇଁ ଆସିବ B3W

12/06/2021 at 9:18 PM

ନୂଆଦିଲ୍ଲୀ ୧୨/୬: ବିଶ୍ବର ୭ଟି ସବୁଠୁ ଧନୀ ଲୋକତାନ୍ତ୍ରିକ ଦେଶ ଚୀନକୁ ବଡ଼ ଝଟକା ଦେବାକୁ ଯାଉଛନ୍ତି। ଜି୭ର ଏହି ଦେଶ ଗୋଟିଏ ବଡ଼ ଇନ୍‌ଫ୍ରା ପ୍ଳାନ୍‌ ମାଧ୍ୟମରେ ଚୀନର ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌କୁ ଉଖାଡ଼ି ଫିଙ୍ଗିବାକୁ ଯୋଜନା କରୁଛନ୍ତି। ବୈଶ୍ବିକ ଇନଫ୍ରାଷ୍ଟ୍ରକ୍ଚର ଜରିଆରେ ନା କେବଳ ବିକାଶଶୀଳ ଦେଶଗୁଡ଼ିକୁ ଲାଭ ହେବ ବରଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଡ୍ରିମ୍‌ ପ୍ରୋଜେକ୍ଟକୁ ବଡ଼ ଝଟକା ଲାଗିବ।

ବିଆରଆଇର ଲୋଭ ଦେଖାଇ ଛୋଟ ଏବଂ ଗରିବ ଦେଶଗୁଡ଼ିକୁ ଋଣ ଜାଲରେ ଫସାଉଛି ଚୀନ। ଜି୭ ଦେଶର ନେତାମାନଙ୍କ ବୈଠକ ଦକ୍ଷିଣପଶ୍ଚିମ ଇଂଲଣ୍ଡରେ ଚାଲିଥିବା ବେ​ଳେ ବେଜିଂକୁ ଝଟକା ଦେବାକୁ ମଧ୍ୟ ରଣନୀତି ପ୍ରସ୍ତୁତି ଚାଲିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଜି୭ର ଅନ୍ୟ ନେତା ବିଲ୍ଡ ବ୍ୟାକ୍‌ ବେଟର ଓ୍ବାର୍ଲଡ୍‌ (B3W) ମାଧ୍ୟମରେ ଚୀନର ବିଆରଆଇ ପ୍ରୋଜେକ୍ଟକୁ ଧୂଳିସାତ କରିବାକୁ ଚାହୁଁଛନ୍ତି ।

ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ପାଇଁ ପାଖାପାଖି ୪୦ ଟ୍ରିଲିୟନ୍‌ ଡଲାର ଖର୍ଚ୍ଚ ହେବ। ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଏହା କେବଳ ଚୀନ ସହ ମୁକାବିଳା କିମ୍ବା ରୋକିବା ପାଇଁ ନୁହେଁ ବରଂ ଏବେ ଯାଏ ଆମେ ଏଭଳି ସକାରାତ୍ମକ ବିକଳ୍ପ ଦେଇନଥିଲୁ।’

ଜି୭ ଦେଶ ଏହାକୁ ସ୍ବାସ୍ଥ୍ୟ, ପରିବେଶ, ଡିଜିଟାଲ ଟେକନୋଲୋଜି ଏବଂ ଲାଗିଂ ସମାନତା ଭଳି କ୍ଷେତ୍ରରେ ନିବେଶ କରିବାକୁ ଲଗାଇବେ । ଏବେ ଯାଏ ସ୍ପଷ୍ଟ ହୋଇନାହିଁ ବାସ୍ତବରେ ଏହି ପ୍ଲାନ୍‌ କେଉଁ ଭଳି କାର୍ଯ୍ୟ କରିବ। ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୧୩ରେ ବିଆରଆଇ ଲଞ୍ଚ କରିଥିଲେ ।

   Related Posts