Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜି-୨୦ ଶିଖର ସମ୍ମିଳନୀ: ଜଳବାୟୁ ପରିବର୍ତ୍ତନ, କରୋନା ଏବଂ ଅର୍ଥବ୍ୟବସ୍ଥା ଉପରେ ଫୋକସ୍‌

30/10/2021 at 10:10 PM

ରୋମ୍‌ ୩୦/୧୦: ବିଶ୍ବର ୨୦ ସବୁଠୁ ବଡ଼ ଅର୍ଥବ୍ୟବସ୍ଥାର ମୁଖ୍ୟ ରୋମରେ ଏକତ୍ରୀତ ହୋଇ ଦୁଇ ଦିନିଆ ଜି-୨୦ ଶିଖର ସମ୍ମଳନୀର ଶୁଭାରମ୍ଭ କରିଛନ୍ତି । ଇଟାଲୀର ରୋମ୍‌ ସହରରେ ଶନିବାର ଆରମ୍ଭ ହୋଇଥିବା ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, କରୋନା ଏବଂ ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା ହେବ। ନ୍ୟୁଜ୍‌ ଏଜେନ୍ସି ରୟଟର୍ସ ମୁତାବିକ, ପ୍ରମୁଖ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ଜୋର ଦେଇପାରନ୍ତି। କିନ୍ତୁ ଏହାକୁ ନେଇ ନୂଆ ନୀତି ପ୍ରଣୟନ ହେବାର ଆଶା କ୍ଷୀଣ ।

ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଜି-୨୦ ଶିଖର ସମ୍ମଳନୀରେ ଅଂଶଗ୍ରହଣ କରିବାକୁ ରୋମ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ନେତାଙ୍କୁ ସ୍ବାଗତ କରିଥିଲେ । କରୋନା ମହାମାରୀ ଆସିବା ପରଠୁ ଦୁଇ ବର୍ଷ ପରେ ପ୍ରଥମ ଥର ସମ୍ମିଳନୀ ଫେସ-ଟୁ-ଫେସ୍‌ ହେଉଛି ।

କିନ୍ତୁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୋମରେ ପହଞ୍ଚିନାହାନ୍ତି। ଏହି ଶିଖର ସମ୍ମଳନୀ ପରେ ପରେ ଗ୍ଲାସଗୋରେ କୋପ୍ ୨୬ ଶିଖର ସମ୍ମିଳନୀ ଆୟୋଜନ ହେବ। ଏହି ସମ୍ମଳନୀରେ ମୁଖ୍ୟ ପ୍ରସଙ୍ଗ ଗ୍ଲୋବାଲ ଓ୍ବାର୍ମିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ରୋମ ଏବଂ ଗ୍ଲାସଗୋରେ ବାର୍ତ୍ତା ମହତ୍ବପୂର୍ଣ୍ଣ ରହିବ ବୋଲି ସ୍ବୀକାର କରିଛନ୍ତି। ଏହା ସହ ସେ ଚେତାବନୀ ଦେଇ କହିଛନ୍ତ, ଯଦି ସାହସିକତାର ସହ କୌଣସି ପଦକ୍ଷେପ ନ ନିଆଯାଏ ତେବେ ଏହାର ପରିଣାମ ବହୁ ଭୟଙ୍କର ହେବ।  

   Related Posts