ଗ୍ଲାସ୍‌ଗୋରେ ନମୋଙ୍କ ଜୟଗାନ: 'ମୋଦି ହେଉଛନ୍ତି ଭାରତର ଅଳଙ୍କାର', ଗୀତ ଗାଇ ଭବ୍ୟ ସ୍ୱାଗତ କଲେ ଭାରତୀୟ

Published By : Prameya-News7 Bureau | November 01, 2021 IST

ରୋମ୍ ୦୧/୧୧: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ୨୬ ତମ 'ସମ୍ମିଳନୀ ଅଫ୍ ପାର୍ଟି' (COP26)ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ଗ୍ଲାସ୍‌ଗୋରେ ପହଞ୍ଚିଛନ୍ତି । ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ସାକ୍ଷାତ କରିବେ ।

wp:html /wp:html

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧାସଳଖ ହୋଟେଲରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଭାରତୀୟମାନେ ସ୍ୱାଗତ କରିଥିଲେ । ଏହି ସମୟରେ ପିଏମ ମୋଦି ଜନତାଙ୍କ ମଧ୍ୟରେ ଉପସ୍ଥିତ ଥିବା ପିଲାଙ୍କ ସହ କଥା ହୋଇଥିଲେ । ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ଭାରତୀୟ ମାନେ ଗୀତ ଗାଇ ସମ୍ୱୋଧନ କରିଥିଲେ 'ମୋଦି ହେଉଛନ୍ତି ଭାରତର ଗହଣା' ।

wp:html /wp:html

ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ରବିବାର (ଅକ୍ଟୋବର 31) ଗ୍ଲାସ୍‌ଗୋରେ ଆରମ୍ଭ ହୋଇଛି । ଯାହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଜଳବାୟୁ ନ୍ୟାୟ ପ୍ରସଙ୍ଗ ଉଠାଇବ ଭାରତ। ଏଥିପାଇଁ ଇଟାଲୀ ସହ ସହଭାଗୀ ହୋଇଥିବା ବ୍ରିଟେନର ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ୧୨୦ ରୁ ଅଧିକ ଦେଶର ନେତାମାନେ COP26 ରେ ଅଂଶଗ୍ରହଣ କରିବେ । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସମସ୍ତେ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.