‘‘ଯେଉଁମାନେ ଭୋଟଦେଇନାହାନ୍ତି ସେମାନଙ୍କ କୌଣସି କାମ କରାଇଦେବି ନାହିଁ’’ ବୋଲି ଜି. ଉଦୟଗିରି ବିଧାୟକଙ୍କ ଚରମବାଣୀ, ଭିଡିଓ ହେଉଛି ଭାଇରାଲ

Published By : Prameya-News7 Bureau | October 07, 2019 IST

ଜି.ଉଦୟଗିରି ୭/୧୦: ଭୋଟନାହିଁ ତ କାମ ନାହିଁ ଯେଉଁମାନେ ମୋତେ ଭୋଟଦେଇନାହାନ୍ତି ସେମାନଙ୍କୁ କୌଣସି ସରକାରୀ କାମ କରାଇଦେବି ନାହିଁ କହି ଏଭଳି କଡା ମନ୍ତବ୍ୟ ଦେଇଥିବା ଭିଡିଓ ଏବେ ମୋବାଇଲରେ ଜୋରସୋରରେ ଭାଇରାଲ୍ ହେଉଛି।

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡିର ଡୁଲୁରି ନିକଟସ୍ଥ ପାଇନ ବଣରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏ କଥା କହିଛନ୍ତି ।ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ବିଜେଡିର ଭୋଟହାର କମିଥିବାରୁ ସେହି ଅଞ୍ଚଳର ସାଧାରଣ ଜନତା ଓ ଦଳୀୟ କର୍ମୀଙ୍କ ଉପରେ ବିଷୋଦଗାର କରିଛନ୍ତି ।

ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ 5t ମାଧ୍ୟମରେ ଲୋକପ୍ରତିନିଧି ମାନଙ୍କୁ ଲୋକଙ୍କ ପାଖକୁ ପହଞ୍ଚି ଲୋକଙ୍କ କାମ କରିବା ପାଇଁ ଗୁରୁମନ୍ତ୍ର ଦେଇଥିବାବେଳେ ଇଏ ହେଉଛି ବିଧାୟକ ସାଲୁଗା ପ୍ରଧାନଙ୍କ ଅସଲ ରୂପ।ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ଉଗ୍ର ହେବାରେ ଲାଗିଛି।

ଉପରସ୍ତରରେ ଦଳ ଯେତେ ଲୋକାଭିମୁଖୀ ହେବା କଥା କହୁଥିଲେ ମଧ୍ୟ ବାସ୍ତବରେ ତୃଣମୂଳ ସ୍ତରର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ବୋଲି ଏହି ଗୋଟିଏ ଘଟଣା ସ୍ପଷ୍ଟ କରୁଛି। ଏସମ୍ପର୍କରେ ସାଲୁଗା ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.