ଟିକେଟ ପାଇଁ ପିସିସି ସଭାପତିଙ୍କ ଘର ଆଗରେ ଅପେକ୍ଷା କରିଛନ୍ତି ବିଧାୟକ ଜାକବ୍ ପ୍ରଧାନ

Published By : Prameya-News7 Bureau | March 25, 2019 IST

ଭୁବନେଶ୍ୱର ୨୫/୩ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ | ଏପର୍ଯ୍ୟନ୍ତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ | ବିଧାୟକ ଜାକବ୍ ପ୍ରଧାନଙ୍କୁ ଟିକେଟ ମିଳିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି | ସେଥିପାଇଁ ପିସିସି ସଭାପତିଙ୍କ ଘର ଆଗରେ ଅପେକ୍ଷା କରିଛନ୍ତି ଜାକବ୍ ପ୍ରଧାନ | ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାକବ୍ |

{"id":96686,"align":"center"}

ସେ କହିଛନ୍ତି ପିସିସି ସଭାପତି ତାଙ୍କୁ ଅପେକ୍ଷା କରିବାକୁ କହିଛନ୍ତି | ଟିକେଟ ତାଙ୍କୁ ହିଁ ମିଳିବ ବୋଲି କହିଛନ୍ତି ନିରଞ୍ଜନ | ସେଥିପାଇଁ ସେ ଅପେକ୍ଷା କରିଛନ୍ତି | ତେବେ ତାଙ୍କୁ ଟିକେଟ ମିଳୁ କି ନମିଳୁ ଆସନ୍ତାକାଲି ସେ ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି | ଯଦି ଦଳ ଟିକେଟ ନଦିଏ, ତାହେଲେ କୌଣସି ଦଳକୁ ନଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଜାକବ୍ ପ୍ରଧାନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.