କାର୍ଯ୍ୟାନୁଷ୍ଠାନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଲେ ଜି.ଉଦୟଗିରି ବିଧାୟକ ଜାକବ

Published By : Prameya-News7 Bureau | March 27, 2019 IST

ଭୁବନେଶ୍ବର ୨୭|୩ : କଂଗ୍ରେସରୁ ଇସ୍ତଫା ଦେଲେ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଦେଇଛନ୍ତି । ତେବେ ସେ ଆସନ୍ତାକାଲି ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି । ତେବେ ଜି.ଉଦୟଗିରିରୁ ପ୍ରାର୍ଥୀ ହେବାପାଇଁ ଜାକବ ପ୍ରଧାନ ଆଶାୟୀ ଥିଲେ। ମାତ୍ର କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି ଦାରିଙ୍ଗିବାଡ଼ିର ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।

ତାଙ୍କୁ ଜି.ଉଦୟଗିରି ବିଧାନସଭା ଆସନରୁ ଟିକେଟ୍ ନମିଳିବା ଯୋଗୁଁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ବାହାରିଥିଲେ । ତେବେ ଟିକେଟ୍ ନମିଳିବାରୁ କଂଗ୍ରେସ ଛାଡି ସ୍ବାଧିନ ଭାବେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଭଳି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ସୂଚନା ଦେଇଥିଲେ । ଟିକେଟ୍ ପାଇଁ ଆଶାୟୀ ଥିବା ନେତାମାନେ ଟିକେଟ୍ ନପାଇବା ପରେ ଦଳ ବିରୋଧୀ କାର୍ଯ୍ୟ କଲେ ତାହା ବରଦାସ୍ତ କରାଯିବନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ ନିରଞ୍ଜନ । ତେବେ ଜାକବ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ।

{"id":97417}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.