ସରକାରୀ ଡାଇରୀରେ ଭୁଲ ପାଇଁ କ୍ଷମା ମାଗିଲା ସାଧାରଣ ପ୍ରଶାସନ ବିଭାଗ

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର୨/୧: ଓଡିଶା ସରକାରଙ୍କ ଡାଇରୀରେ ଗୋପବନ୍ଦୁଙ୍କ ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ କବିତାଂଶ ରାଧାନାଥ ରାୟଙ୍କର ବୋଲି ଲେଖାଯିବା ପ୍ରସଂଗରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି କ୍ଷମା ମାଗିଛି । ଏଭଳି ଭୁଲ ଅନିଚ୍ଛାକୃ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

wp:gallery {"ids":[69796]} /wp:gallery

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଚଳିତ ବର୍ଷର ସରକାରୀ ଡାଇରୀର ପ୍ରତ୍ୟେକ ମାସ ଆଗରୁ ଜଣେ ସାହିତ୍ୟିକଙ୍କ କବିତାର ଉଦ୍ଧୃତାଂଶ ପ୍ରଦାନ କରିବା ସହ ସଂପୃକ୍ତ ସାହିତ୍ୟିକଙ୍କ ପଟୋ ମଧ୍ୟ ଏହି ପୃଷ୍ଠାରେ ପ୍ରଦାନ କରିଥିଲେ । ଏଭଳି ନୂଆ ଡିଜାଇନର ଜାଇରୀ ପ୍ରଥମ ଥର ପାଇଁ କରାଯାଇଥିଲା । ଏହା ମଧ୍ୟ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଗୋପବଂଧୁଙ୍କ କବିତାଂଶକୁ ରାଧାନାଥ ରାୟଙ୍କର ବୋଲି ଛପାଯିବା ଫଳରେ ବିଭିନ୍ନ ମହଲରେ ଅସଂତୋଷ ପ୍ରକାଶ ପାଇଥିଲା । ବିଜେପିର କିଛି କର୍ମୀ ଗତକାଲି ସୂଚନା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ବୁଦ୍ଧିଜୀବୀମାନେ ମଧ୍ୟ ଏହା ରାଜ୍ୟ ସରକାରଙ୍କ ବେପାରୁଆ ମନୋଭାବ ବୋଲି ଦର୍ଶାଇ ସମାଲୋଚନା କରିଥିଲେ ।

wp:gallery {"ids":[]} /wp:gallery

ପ୍ରାୟ ୪୪ହଜାର ସରକାରୀ ଡାଇରୀ ଏଥର ଛପାଯାଇଛି । ଏଥରେ ଏଭଳି ଗୁରୁତର ଭୁଲ କରିଥିବାରୁ ସାଧାରଣ ପ୍ରଶାସନ ବିଭାଗ କ୍ଷମା ମାଗିଛି । କିନ୍ତୁ ସଂପୃକ୍ତ ଭୁଲକୁ କିଭଳି ସୁଧରାଯିବ ସେ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇାହିଁ  । ଇତି ମଧ୍ୟରେ ସରକାରୀ ଡାଇରୀର ସିଂହଭାଗ ବିକ୍ରି ଓ ଆବଣ୍ଟନ ସରିଛି । ବିକ୍ରି ହୋଇସାରିଥିବା ଡାଇରୀରେ ସଂଶୋଧନ ଆଉ ସମ୍ଭବ ନୁହେଁ । ଫଳରେ ସମ୍ପୃକ୍ତ ଡାଇରୀଗୁଡିକରେ ସବୁଦିନ ପାଇଁ ଏହି ଭୁଲ ରହିଗଲା ।

wp:gallery {"ids":[69799]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.