Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୁଣି କଂଗ୍ରେସର ମୁସ୍କିଲ ବଢାଇଲେ ଜି-୨୩, ସେନିଆଙ୍କୁ ଚିଠି ଲେଖିଲେ ଗୁଲାମ ନବି ଆଜାଦ, ସିଡବ୍ଲ୍ୟୁସି ବୈଠକ ଦାବି କଲେ

29/09/2021 at 7:52 PM

ନୂଆଦିଲ୍ଲୀ ୨୯।୦୯:  ପଞ୍ଜାବ ସଙ୍କଟର ସାମ୍ନା କରୁଥିବା କଂଗ୍ରେସ ପାଇଁ ମୁସ୍କିଲ ଥମିବାର ନାଁ ଧରୁନାହିଁ। ଗୋଟିଏ ପଟେ ସିଦ୍ଧୁଙ୍କ ଇସ୍ତଫା ପରଠୁ ପାର୍ଟି ହାଇକମାଣ୍ଡ ମାମଲାର ସମାଧାନ ପାଇଁ ମାନସ ମନ୍ଥନ ଚଳାଇଥିବା ବେଳେ ଅନ୍ୟପଟେ ଦଳରେ ବରିଷ୍ଠ ନେତାଙ୍କ ଅସନ୍ତୁଷ୍ଟ ମଧ୍ୟ ବଢିବାରେ ଲାଗିଛି। ଏହା ମଧ୍ୟରେ ଜି-୨୩ର ନେତାଗଣ ପୁଣି ଥରେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। କପିଲ୍ ସିବଲ୍‌ଙ୍କ ପରେ ଗୁଲାମ ନବି ଆଜାଦ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଡକାଇବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ସିବଲ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ,  ଜଣା ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ହେଉଛି। ପାର୍ଟି ପାଖରେ ଏ ପର୍ଯ୍ୟନ୍ତ ନିୟମିତ ଅଧ୍ୟକ୍ଷ ବି ନାହାନ୍ତି।

ଗୁଲାମ ନବି ଆଜାଦ ସେହି ୨୩ ନେତାଙ୍କ ଗୋଷ୍ଠୀ ମଧ୍ୟରୁ ଜଣେ ଯିଏ ସୋନିଆ ଗାନ୍ଧୀଙ୍କ ନିକଟକୁ ଗତ ବର୍ଷ ଅଗଷ୍ଟରେ କଡା ଶବ୍ଦରେ ଚିଠି ଲେଖିଥିଲେ। ପତ୍ରରେ ସେ ଦଳରେ ଶୀଘ୍ର ସାଙ୍ଗଠନିକ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଏବେ ପୁଣି ଥରେ ସେ ଆଜାଦ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀଘ୍ର ସିଡବ୍ଲ୍ୟୁସି  ବୈଠକ ଡକାଇବାକୁ ଦାବି କରିଛନ୍ତି।

ଏହା ପୂର୍ବରୁ ସିବଲ୍ କହିଥିଲେ ଯେ, ଅପେକ୍ଷାର ଗୋଟିଏ ସୀମା ଥାଏ। ଆମେ ଆଉ କେତେ ଦିନ ଅପେକ୍ଷା କରିବୁ। ଆମେ କେବଳ ଏକ ମଜବୁତ ସାଙ୍ଗଠନିକ ଢାଞ୍ଚା ଚାହୁଁଛୁ। ଏହା ଉପରେ ତ ଆଲୋଚନା ହେବା ଉଚିତ୍। ସିଡବ୍ଲ୍ୟୁସି ବୈଠକରେ କୌଣସି ପ୍ରସଙ୍ଗରେ ତ ଆଲୋଚନା ହେବା ଉଚିତ୍। ଆମେ କାହା ବିରୋଧରେ କିଛି କହୁନାହୁଁ। ଆମେ ପାର୍ଟି ସହିତ ଅଛୁ। ମାତ୍ର  ବାସ୍ତବ ଏହା ଯେ, ଆମେ ପାର୍ଟିରେ କୌଣସି ନିର୍ବାଚିତ ସଭାପତି ନାହାନ୍ତି। ରାଜ୍ୟ କଂଗ୍ରେସ କମିଟିକୁକ ଦିଲ୍ଲୀରୁ କଣ୍ଟ୍ରୋଲ କରାଯିବା ଉଚିତ୍ ନୁହେଁ ବୋଲି ସିବଲ କହିଛନ୍ତି।

ସିବଲ କହିଥିଲେ ଯେ, ଆମେ ‘ଜି ହଜୁର ୨୩’ ନୁହେଁ। ଏହା ସ୍ପଷ୍ଟ ଯେ, ଆମେ ଆଲୋଚନା କରି ଚାଲିବୁ ଏବଂ ନିଜ ଦାବି ଦୋହରାଇ ଚାଲିବୁ। ସୀମାବର୍ତ୍ତୀ ପଞ୍ଜାବ ପରି ରାଜ୍ୟରେ କଂଗ୍ରେସ ପାର୍ଟି ସହିତ ଏପରି ଘଟଣା ଶୋଭା ପାଉ ନାହିଁ। ଏଥିରେ ଆଇଏସଆଇ ଓ ପାକିସ୍ତାନକୁ ଫାଇଦା ମିଳିବ। କଂଗ୍ରେସକୁ ଏହା ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି ଯେ, ଦଳ କେମିତି ଏକଜୁଟ ରହିବ। ଯଦି କାହାର କିଛି ସମସ୍ୟା ଥାଏ ତେବେ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରନ୍ତୁ।

   Related Posts