ପରସ୍ପରକୁ କମ ମୂଲ୍ୟରେ ଜି୨୦ ଦେଶ ଯୋଗାଇବେ ଆବଶ୍ୟକୀୟ ଚିକିତ୍ସା ଉପକରଣ, ପ୍ରକାଶ ପାଇଲା ସହମତି

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩:  ବିଶ୍ୱର ୨୦ଟି ପ୍ରମୁଖ ଅର୍ଥବ୍ୟବସ୍ଥାକୁ ନେଇ ଗଠିତ ଜି୨୦ର ସମସ୍ତ ଦେଶ କରୋନା ଭାଇରସକୁ ନଜରରେ ରଖି ପରସ୍ପରକୁ ସହଯୋଗ କରିବା ପାଇଁ ଆଶ୍ୱାସନା ପ୍ରଦାନ କରିଛନ୍ତି । ସମସ୍ତ ଦେଶ କରୋନା ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ, ଚିକିତ୍ସା ସାମଗ୍ରୀର ସ୍ୱଳ୍ପ ମୂଲ୍ୟରେ ଆମଦାନୀ ଓ ମୁକ୍ତ ବାଣିଜ୍ୟ ବାବଦରେ ସହମତି ପ୍ରକାଶ କରିଛନ୍ତି । ଏହି ମହାମାରୀକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକ ପରେ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗଦେଇଥିଲେ । ଏହି ସମ୍ମିଳନୀରେ କୁହାଯାଇଥିଲା ଯେ, ଦେଶର ମନ୍ତ୍ରୀମାନେ ସ୍ୱଳ୍ପ ମୂଲ୍ୟରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ପରସ୍ପରକୁ ଯୋଗାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । ଯେଉଁ ଦେଶକୁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି ସେଠାରେ ଏହି ସାମଗ୍ରୀର ଅଭାବି ବିକ୍ରି ଓ ଦରଦାମ ବୃଦ୍ଧି ଉପରେ ନଜର ରଖାଯିବ । ଏହାସହ ସ୍ୱତନ୍ତ୍ର ଓ ନିରପେକ୍ଷ ବାଣିଜ୍ୟ ଉପରେ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି ।

ବୟାନରେ ଆହୁରି କୁହାଯାଇଛି ଯେ, ଜି୨୦ ଦେଶ ସାମୂହିକ ଭାବେ କରୋନା ଭାଇରସ ବିରୋଧଲେ ଲଢେଇ କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ବ୍ୟାପାର ଓ ନିବେଶ ଉପରେ ଏହାର ପ୍ରଭାବ କମ କରିବା ପାଇଁ ପ୍ରୟାସ କରାଯାଉଛି । ଏହାସହ ସମସ୍ତ ଦେଶ ମିଳିତ ଭାବେ ଏହାର ମୁକାବିଲା କରିବା ପାଇଁ ବଦ୍ଧପରିକର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.