ପେଟ୍ରୋଲ୍ ଡିଜେଲ୍ ବିଲ୍ ଅଧା କରିବାକୁ ଚାହୁଁଛନ୍ତି କି ? ଏହି ଆପ୍ ଦ୍ୱାରା କରିପାରିବେ

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧ : କରୋନା ମହାମାରୀ ଲୋକଙ୍କ ରୋଜଗାର ପନ୍ଥା ସୀମିତ କରିଦେଇଛି | ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ମହଙ୍ଗା ହୋଇଛି। ମହଙ୍ଗା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ସମୟରେ ଯଦି କିଏ ଆପଣଙ୍କୁ କିହେ ଯେ ଆପଣଙ୍କୁ ବିଲର ଅଧା ଦେବାକୁ ହେବ ତାହେଲେ ବୋଧହୁଏ ଆପଣ ବିଶ୍ୱାସ କରିବେନି। କିନ୍ତୁ ଏହା ସମ୍ଭବ। ଯଦି ଆପଣ FYOOL ଆପ ଜରିଆରେ ନିଜ ବିଲ ପେ କରିବେ ତାହେଲେ ଏହା ସମ୍ଭବ। FYOOL ଆପ ଫୋନ ପେ ଓ ପେଟିଏମ ଭଳି ଏକ ଆପ। ଏହା ଆପଣଙ୍କୁ ଆପଣଙ୍କ ବିଲର ଅଧା ରାଶି କ୍ୟାସବ୍ୟାକ ରୂପେ ପ୍ରଦାନ କରିପାରେ। ଏହି ଆପ ଆପଣ ପେଟ୍ରୋଲ, ଡିଜେଲ ଓ ସିଏନଜି ପାଇଁ ବ୍ୟବହାର କରି କ୍ୟାସବ୍ୟାକ ପାଇପାରିବେ।

ୟୁଜର୍ସ ପେଟ୍ରୋଲ, ଡିଜେଲ, ସିଏନଜି, ମଦ ଆଦିର ବିଲ ପେ କଲେ FYOOL ଆପ ୫୦ ପ୍ରତିଶତ କ୍ୟାସବ୍ୟାକ ସୁବିଧା ଦେଇଥାଏ। ଏହି କ୍ୟାସବ୍ୟାକ ଆପଣ ଘରୋଇ ସାମଗ୍ରୀ କିଣିବା ପାଇଁ କିମ୍ବା କୌଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ପାଇଁ କରିପାରିବେ। ଏହି ଆପକୁ ଦିଲ୍ଲୀର ରୋୖନକ ଶର୍ମା ଡେଭେଲପ କରିଛନ୍ତି। ୟୁଜର୍ସଙ୍କୁ ୫୦ ପ୍ରତିଶତ କ୍ୟାସବ୍ୟାକ ଦେବା ପାଇଁ ବିଭିନ୍ନ କମ୍ପାନୀ ଓ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି।

{"id":356515,"width":572,"height":320,"sizeSlug":"large"}

ଏହି ଆପରେ ପେଟିଏମ କ୍ୟାସବ୍ୟାକ ଭଳି କ୍ୟାସବ୍ୟାକ ମିଳିନଥାଏ ବରଂ ଭିନ୍ନ ଉପାୟରେ ମିଳିଥାଏ। ଏହା ପେମେଣ୍ଟ ଆପ ନୁହେଁ। ସେଥିପାଇଁ ଏଥିରେ ଆପଣଙ୍କୁ ସିଧାସଳଖ କ୍ୟାସବ୍ୟାକ ମିଳିବନାହିଁ। କ୍ୟାସବ୍ୟାକ ପାଇଁ ଆପଣଙ୍କୁ ପେଟ୍ରୋଲ ପମ୍ପରେ ଦିଆଯାଉଥିବା ରସିଦର ଫଟୋ ଉଠାଇ ଆପରେ ଅପଲୋଡ଼ କରିବାକୁ ହେବ | ଏହାପରେ ଏହି ଆପରେ ହିଁ ଆପଣଙ୍କୁ କ୍ୟାସବ୍ୟାକ ମିଳିବ। ଏହି କ୍ୟାସବ୍ୟାକ ଆପଣ ନିଜ ଇଚ୍ଛାରେ ସପିଙ୍ଗରେ କରିପାରିବେ। FYOOL ଆପରେ ସର୍ବାଧିକ ୨ ହଜାର ଟଙ୍କା ପେଟ୍ରୋଲ୍ ଓ ସପିଙ୍ଗ୍ ବିଲ୍ ଅପଲୋଡ୍ କରିପାରିବେ। ୨ ହଜାରରୁ ଅଧିକ ଟଙ୍କାର ବିଲ ଅପଲୋଡ଼ କଲେ କ୍ୟାସବ୍ୟାକ ମିଳିବନି।

ନିଜ ସ୍ମାର୍ଟ ଫୋନରେ ଆପଣ Google Play Store କୁ ଯାଇ FYOOL ସର୍ଚ୍ଚ କରି ଇନଷ୍ଟଲ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.