Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗଛ ତଳେ ଭବିଷ୍ୟତ: ଅସୁରକ୍ଷିତ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର

9/08/2018 at 11:15 AM

ବିଚିତ୍ର ସ୍ଥିତିରେ ଚାଲିଛି ଅଙ୍ଗନୱାଡି । କେଉଁଠି ଅସୁରକ୍ଷିତ ଅବସ୍ଥାରେ ଗଛ ତଳେ ତ ଆଉ କେଉଁଠି ଗୋବର ଗଦା ମଝିରେ କୁନି କୁନି ପିଲା ପାଠ ପଢୁଛନ୍ତି । କେବଳ ସେତିକି ନୁହେଁ ସେହି ଜାଗାରେ ଖାଦ୍ୟ ବି ଖାଉଛନ୍ତି ।

ଗଛ ମୂଳେ ପାଠ ପଢୁଛନ୍ତି କୁନି କୁନି ପିଲା । ଭଙ୍ଗା ଘର କଡରେ  ଅଙ୍ଗନବାଡିର ବୋର୍ଡ ପଡିଛି । ଖୋଲା ଆକାଶ ତଳେ ଅସୁରକ୍ଷିତ ଅବସ୍ଥାରେ ପିଲାମାନେ ପାଠ ପଢୁଛନ୍ତି । ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ତାଳପଦା ଗାଁ ଅଙ୍ଗନୱାଡି କେନ୍ଦ୍ରର । ଭଙ୍ଗା ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର । ପିଲାଙ୍କ ପାଠ ପଢିବା ପାଇଁ ଘର ନାହିଁ କି ରୋଷେଇ ଘର ବି ନାହିଁ । ଅଙ୍ଗନବାଡି କର୍ମୀ ନିଜ ଘରେ ରୋଷେଇ କରି ଆଣି ପିଲାଙ୍କୁ ଗଛ ତଳେ ଖାଇବାକୁ ଦେଉଛନ୍ତି । କେବଳ ଏତିକି ନୁହେଁ ଦାୟିତ୍ବରେ ଥିବା ଅଙ୍ଗନୱାଡି କର୍ମୀ ସବୁବେଳେ ଆସନ୍ତିନି । ତାଙ୍କ ଯାଗାରେ ହେଲପର ପିଲାମାନଙ୍କୁ ପାଠ ପଢେଇବା ସହ ଖାଇବାକୁ ଦେଇ ଛୁ ମାରନ୍ତି ।  ଏଭଳି ଅବସ୍ଥାରେ ୮ ମାସ ହେବ ଅଙ୍ଗନବାଡି ଚାଲିଛି । ଏ ନେଇ ବାରମ୍ବାର ଗାଁ ଲୋକେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ଫଳ ଶୂନ । ସେପଟେ ଉପଜିଲ୍ଲାପାଳ ଘଟଣାକୁ ହାଲୁକା ଭାବେ ନେଇଛନ୍ତି ।

   Related Posts