Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରିଲାଏନ୍ସକୁ ଝଟକା ! ଫ୍ୟୁଚର ରିଟେଲଙ୍କ ଆବେଦନ ସିଙ୍ଗାପୁର ଆର୍ବିଟ୍ରେସନ ପାନେଲରେ ଖାରଜ

22/10/2021 at 4:52 PM

ନୂଆଦିଲ୍ଲୀ ୨୨।୧୦: ସିଙ୍ଗାପୁର ଆର୍ବିଟ୍ରେସନ ପ୍ୟାନେଲ ଫ୍ୟୁଚର ରିଟେଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ଆବେଦନରେ ଫ୍ୟୁଚର ରିଟେଲ ଆର୍ବିର୍ଟ୍ରେସନଙ୍କୁ ଗତବର୍ଷର ଆଦେଶକୁ ସମାପ୍ତ କରିଦେବା ଲାଗି ନିବେଦନ କରିଥିଲେ। ଫ୍ୟୁଚର ରିଟେଲ ଓ ରିଲାଏନ୍ସ ମଧ୍ୟରେ ଗତବର୍ଷ ହୋଇଥିବା ଡିଲକୁ ଆର୍ବିଟ୍ରେସନ ରୋକି ଦେଇଥିଲେ। ଆମଜନ ଏହି ଡିଲକୁ ସିଙ୍ଗାପୁର ଆର୍ବିଟ୍ରେସନରେ ଆପତ୍ତି କରିବା ପରେ ଏପରି ପରିସ୍ଥିତି ଉପୁଜିଛି।

ଉଲ୍ଲେଖଯୋଗ୍ୟ ଯେ ଫ୍ୟୁଚର ଗତବର୍ଷ ତାଙ୍କ ରିଟେଲ କାରବାର ରିଲାଏନ୍ସଙ୍କୁ ବିକିବା ନିମନ୍ତେ ଏକ ଡିଲ କରିଥିଲେ। ତେବେ ଆମାଜନ ଏହାକୁ ଲଗାତାର ବିରୋଧ କରିଆସୁଛି। ତେବେ ଏହି କାରବାରରେ କୌଣସି ଭୁଲ ନଥିବା ଫ୍ୟୁଚର ଦାବି କରିଆସୁଛନ୍ତି। ହେଲେ ୨୦୨୦ରେ ସିଙ୍ଗାପୁର ଆର୍ବିଟ୍ରେସନ ଏହି କାରବାର ଉପରେ ରହିତାଦେଶ ଜାରି କରିଥିଲେ। ଆର୍ବିଟ୍ରେସନଙ୍କୁ ତାଙ୍କ ରହିତା ଦେଶ ହଟାଇଦେବାକୁ ଫ୍ୟୁଚର ନିବେଦନ କରିଥିଲେ। ତେବେ ଅନ୍ତରିଣ ଆଦେଶ ହଟାଯାଇପାରିବନି ବୋଲି ଆର୍ବିଟ୍ରେସନ କହିଥିଲେ।

ରିଲାଏନ୍ସ ରିଟେଲ ସହ ଫ୍ୟୁଚରର ଏହି ଡିଲ ପ୍ରାୟ ୨୪ ହଜାର କୋଟି ଟଙ୍କାର। ଫ୍ୟୁଚର ରିଟେଲରେ ଆମାଜନଙ୍କ ୫ ପ୍ରତିଶତ ଭାଗିଦାରୀ ରହିଛି। ୨୦୧୯ ମସିହାରେ ଆମେରିକୀୟ କମ୍ପାନୀ ପ୍ୟୁଚର କୁପନସ ଜରିଆରେ ୪୯ ପ୍ରତିଶତ ଭାଗିଦାରୀ କ୍ରୟ କରିଥିଲେ। ତେବେ କମ୍ପାନୀ ନିବେଶକଙ୍କ ସହମତି ବିନା ରିଲାଏନ୍ସକୁ ବିକ୍ରିକରିବାକୁ ଯାଉଥିବା ଆମାଜନ ଅଭିଯୋଗ କରିଛି।

ଫ୍ୟୁଚର ରିଟେଲଙ୍କ ଏବେ ମାର୍କେଟ କ୍ୟାପିଟାଲ ୨,୭୨୭.୬୯ କୋଟି ଟଙ୍କା। ବିଏସଇ ସୂଚକାଙ୍କରେ ଫ୍ୟୁଚର ସେୟାର ୫୧.୫୫ ସ୍ତରରେ ଖୋଲିଛି। ଯାହା ବର୍ତ୍ତମାନ ଅନୁନ୍ୟ ୨ ପ୍ରତିଶତ ହ୍ରାସ ସହ କାରବାର କରୁଛି।

   Related Posts