ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ଚୁକ୍ତିକୁ SEBIର ଗ୍ରୀନ୍ ସିଗନାଲ୍ ପରେ ବଢିଲା ଫ୍ୟୁଚର୍ ରିଟେଲ୍ ଏବଂ ଫ୍ୟୁଚର୍ ଏଣ୍ଟରପ୍ରାଇଜେସ୍ ସେୟାର ଦାମ
21/01/2021 at 7:38 PM

ନୂଆଦିଲ୍ଲୀ ୨୧/୦୧ : ଫ୍ୟୁଚର୍ ରିଟେଲ୍ ଏବଂ ଫ୍ୟୁଚର୍ ଏଣ୍ଟରପ୍ରାଇଜେସର ସେୟାର ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହିତ ଫ୍ୟୁଚର ଗ୍ରୁପ୍ର ପ୍ରସ୍ତାବିତ ବହୁ କୋଟି ଡଲାର ଚୁକ୍ତି ପରେ ଏହା ଦୃତ ଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । BSE ରେ, ଫ୍ୟୁଚର ରିଟେଲ ସେୟାରଗୁଡିକ ୮୧.୩୫ରେ ପହଞ୍ଚିଛି । ଯାହାକି ପୂର୍ବ ତୁଳନାରେ ୫ପ୍ରତିଶତ ଅଧିକ ।
ଆମାଜନ କରିଥିବା ନୋଟିସ୍କୁ ଶୁଣାଣି କରି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ବୁଧବାର ଫ୍ୟୁଚର ଗ୍ରୁପ୍ ଏବଂ ରିଲାଏନ୍ସ ରିଟେଲ୍ ଡିଲକୁ ଅନୁମୋଦନ ଦେଇଛି । ଏହି ଅନୁମୋଦନ ପରେ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ର ସେୟାର ଆଶାତୀତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଫ୍ୟୁଚର୍ ଏଣ୍ଟରପ୍ରାଇଜେସର ଷ୍ଟକ୍ ମୂଲ୍ୟ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଏହା ସହିତ ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସେୟାର ମଧ୍ୟ ୨୧୧୪.୮ ଟ୍ରେଡିଂ କରୁଥିଲା ଯାହାକି ପୂର୍ବ ତୁଳନାରେ ୨.୯୧ ପ୍ରତିଶତ ଅଧିକ ।
୨୦୨୦ ଅଗଷ୍ଟରେ ରିଲାଏନ୍ସ ରିଟେଲ୍ ସହ ପ୍ରାୟ ୨୪,୭୧୩ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଥିଲା କିଶୋର ବିୟାନୀ ଲିଡ୍-ଫ୍ୟୁଚର ଗ୍ରୁପ୍ । ଚୁକ୍ତି ଅନୁଯାୟୀ ରିଲାଏନ୍ସ ରିଟେଲ୍ ଭେଞ୍ଚରର୍ସ ସହ ରିଟେଲ୍, ହୋଲସେଲ ଓ ଲଜିଷ୍ଟିକ୍ସ୍ ବ୍ୟବସାୟ କରିବ ଫ୍ୟୁଚର ଗ୍ରୁପ୍ ।
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ସେବି ସହିତ ଅନ୍ୟାନ୍ୟ ନିୟାମକ ଏଜେନ୍ସିମାନଙ୍କୁ ଏହି ଚୁକ୍ତିର ସମୀକ୍ଷାକୁ ସ୍ଥଗିତ ରଖିବାକୁ ଏବଂ ଏହାକୁ କୌଣସି ଆପତ୍ତିଜନକ ପ୍ରମାଣପତ୍ର ପ୍ରଦାନ ନକରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ଚିଠି ଲେଖିଥିଲା ଆମାଜନ୍ । ତେବେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଫ୍ୟୁଚର୍ ରିଟେଲ୍ ଏବଂ ଫ୍ୟୁଚର୍ ଏଣ୍ଟରପ୍ରାଇଜେସ୍ ।