SEBIକୁ ଚିଠି ଲେଖିଲା ଆମାଜନ : ଫ୍ୟୁଚର-ରିଲାଏନ୍ସ କାରବାର ସମୀକ୍ଷାକୁ ନିଳମ୍ବିତ କରିବାକୁ ଦାବି

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୨/୦୧ : ଇ-ବାଣିଜ୍ୟ କ୍ଷେତ୍ରର ପ୍ରମୁଖ କମ୍ପାନୀ ଆମାଜନ ପୁଣି ଥରେ ବଜାର ନିୟାମକ SEBIକୁ ଚିଠି ଲେଖିଛି । ସିଙ୍ଗାପୁର ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ରରେ ଏକ ମଧ୍ୟସ୍ଥତା ଟ୍ରିବ୍ୟୁନାଲ ଗଠନକୁ ଦୃଷ୍ଟିରେ ରଖି ଆମାଜନ ୨୪୭୧୩ କୋଟି ଟଙ୍କାର ଫ୍ୟୁଚର-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କାରବାରର ସମୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଛି ।

ଗତ ଡିସେମ୍ବର ୨୧ ତାରିଖରେ ଆମାଜନ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅପିଲ କରିଥିଲେ । ଦିଲ୍ଲୀ ହାଇକୋର୍ଟର ଏକ ବେଞ୍ଚ, ୨୧ ଡିସେମ୍ବରରେ ଆମାଜନ ଦ୍ବାରା ନିୟାମକ ପ୍ରାଧିକରଣକୁ ଲେଖାଯାଇଥିବା ଚିଠିରେ ଦେଇଥିବା ରାୟରେ ଫ୍ୟୁଚର ଗ୍ରୁପ୍‌ର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ।

ଆମାଜନ ନିୟାମକ ପ୍ରାଧିକରଣକୁ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥତା ନିର୍ଣ୍ଣୟ ବାବଦରେ ତଥ୍ୟ ଦେଉଥିଲା । ଏହାରି ମଧ୍ୟରେ ଶୁଣାଣି କରୁଥିବା ଅଦାଲତ ବିଭିନ୍ନ ପ୍ରକାର ଟିପ୍ପଣି ମଧ୍ୟ ଦେଇଛନ୍ତି । ଯେଉଁଥିରେ ଆମାଜନ ଦ୍ବାରା ଭାରତୀୟ କମ୍ପାନୀକୁ ବିନା ସୂଚିପତ୍ରରେ ଡିଲ୍‌ କରାଯାଇଥିଲା ।

ଜାନୁୟାରୀ ୫ ତାରିଖରେ ଆମାଜନ ଦ୍ବାରା ଦିଆଯାଇଥିବା ଏକ ଚିଠିରେ ସେବି ଏକ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ଗଠନକରିବା ସହ ମାମଲାର ଶୁଣାଣି ଆରମ୍ଭ କରିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମାଜନ, ସେବିକୁ ଏହା ଦ୍ୱାରା କରାଯାଇଥିବା ଡିଲର ସମୀକ୍ଷା ସ୍ଥଗିତ ରଖିବାକୁ ଏବଂ କ୍ଲିୟରାନ୍ସ ନଦେବାକୁ ଅନୁରୋଧ କରିଛି । ଫ୍ୟୁଚର ରିଟେଲ୍ ଲିମିଟେଡକୁ କୌଣସି କ୍ଲିୟରାନ୍ସ କିମ୍ବା ଅନୁମୋଦନ ନଦେବାକୁ ଭାରତୀୟ ଷ୍ଟକ୍ ବଜାରକୁ ନିର୍ଦ୍ଦେଶ ଦେବାକୁ ଏହି ମାର୍କେଟ ନିୟାମକଙ୍କୁ ଅନୁରୋଧ କରିଛି ଆମାଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.