Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ହ୍ରାସ ପାଇଲା ସୁନା ଓ ରୁପା ଦର, ଜାଣନ୍ତୁ କଣ ରହିଛି ନୂଆ ଦାମ୍

20/04/2020 at 7:30 PM

ନୂଆଦିଲ୍ଲୀ, ୨୦|୦୪: ସୋମବାର ସୁନାର ଦାମ ସାମାନ୍ୟ ହ୍ରାସ ପାଇଛି । ସୁନାର ଭବିଷ୍ୟତ ଦର ଲଗାତାର ତିନି ଦିନ ଧରି ହ୍ରାସ ପାଇବାରେ ଲାଗିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ସୋମବାର ଜୁନ ୫ରେ ସୁନାର ଭବିଷ୍ୟତ ଦର ୦.୧୬ ବା ୭୪ ଟଙ୍କା ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୫,୬୬୧ ଟଙ୍କାରେ କାରବାର ବନ୍ଦ ହୋଇଛି । ଏହାସହ ଅଗଷ୍ଟ ୫ରେ ସୁନାର ଭବିଷ୍ୟତ ଦର ଉପରେ ନଜର ପକାଇଲେ ଏହା ୦.୧୧ ପ୍ରତିଶତ ବା ୫୨ ଟଙ୍କା ହ୍ରାସ ପାଇଛି । ଅଗଷ୍ଟରେ ସୁନାର ଭବିଷ୍ୟତ ଦର ୧୦ ଗ୍ରାମ ପିଛା ୪୫,୮୬୨ ଟଙ୍କାରେ ପହଁଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ପାଇବା ପରେ ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡିଛି ।

ରୁପାର ଭବିଷ୍ୟତ ଦାମ ମଧ୍ୟ ସୋମବାର ହ୍ରାସ ପାଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ମେ ୫ରେ ରୁପାର ଭବିଷ୍ୟତ ଦର ୦.୧୮ ପ୍ରତିଶତ ବା ୭୬ ଟଙ୍କା ହ୍ରାସ ପାଇଛି । ଏହାସହ ଦାମ ୪୨,୭୩୦ରେ ପହଁଚିଛି । ଆହୁରି ମଧ୍ୟ ଜୁଲାଇ ୩ରେ ରୁପାର ଭବିଷ୍ୟତ ଦର ୦.୦୫ ପ୍ରତିଶତ ହ୍ରାସ ପାଇ ୪୩,୩୩୫ରେ ପହଁଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୋମବାର ସୁନାର ଦାମ ହ୍ରାସ ପାଇଛି । ବ୍ଲୁମବର୍ଗ ମୁତାବକ, ସୋମବାର ବିଶ୍ୱବଜାରରେ ସୁନାର ଦାମ ୦.୦୨ ପ୍ରତିଶତ ବା ୦.୨୯ ଡଡଲାର ହ୍ରାସ ପାଇଛି । ଆଉନ୍ସ ପିଛା ଏହାର ଦର ୧୬୮୨,୫୩ ଡଲାରରେ ପହଁଚିଛି । ସେହିପରି ରୁପାର ଦାମ ୦.୦୨ ଡଲାର ହ୍ରାସ ପାଇ ୧୫.୧୬ ଡଲାରରେ ପହଁଚିଛି ।

   Related Posts