'ପଦ୍ମଶ୍ରୀ' କୁ ନେଇ ତେଜିଲା ବିବାଦ,ଏମଏନଏସ୍ ଓ ବିଜେପି ମୁହାଁମୁହିଁ

Published By : Prameya-News7 Bureau | January 26, 2020 IST

ମୁମ୍ବାଇ ୨୬।୧:  'ପଦ୍ନଶ୍ରୀ' ସମ୍ମାନ ଲାଗି ଚଳିତବର୍ଷ ବଲିଉଡର ଅନେକ କଳାକାରଙ୍କ ନାମ ଘୋଷଣା ହୋଇଛି। ତେବେ ସମ୍ମାନ ଲାଗି ଜଣେ ଗାୟକ କଳାକାରଙ୍କୁ ମନୋନୀତ କରାଯିବା ଏବେ ବିବାଦର କାରଣ ପାଲଟିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍)ଅଙ୍ଗୁଳି ଉଠାଇଥିବା ବେଳେ  କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ହରଦୀପ ସିଂପୁରୀ ଘଟଣାକୁ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ଦିଲ୍ଲୀର 'ଶହିନ ବାଗ' ସହ ଯୋଡିଦେଇଛନ୍ତି।

wp:html /wp:html

ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ  ଭାରତ ସରକାର 'ପଦ୍ମ' ପୁରସ୍କାର ଘୋଷଣା କରିଥିଲେ। ଏଥିରେ ବଲିଉଡ କଳାକାରଙ୍କ ସମେତ ଭାରତୀୟ ନାଗରିକତା ଗ୍ରହଣ କରିଥିବା ପାକିସ୍ତାନୀ ମୂଳ ଗାୟକ ଅଦନାନ ସମୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏଥିଲାଗି ହରଦୀପ ସିଂ ପୁରୀ ଅଦନାନ ସାମୀଙ୍କୁ ବଧାଇ ମଧ୍ୟ ଜଣାଇଛନ୍ତି। ଏ ନେଇ ପୁରୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ  ପ୍ରତିଭାଶାଳୀ ଅଦନାନ ସାମୀଙ୍କୁ ତାଙ୍କ ପ୍ରତିଭା ଲାଗି ବଧାଇ ବୋଲି ଉଲ୍ଲେଖ କରିଥିବା ବେଳେ ସେ ଅନେକଙ୍କ ମଧ୍ୟରେ ଜଣେ ଯିଏ ଭାରତୀୟ ସମ୍ବିଧାନ ପ୍ରତି ବିଶ୍ୱାସ କରିଥିବା ବେଳେ ତାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି ବୋଲି କହିଥିଲେ।

wp:html /wp:html

ତେବେ ସାମୀ ମାତ୍ର ୪ ବର୍ଷ ପୂର୍ବେ ଭାରତୀୟ ନାଗରିକତା ହାସଲ କରିଥିବା ବେଳେ ତାଙ୍କୁ ସମ୍ମାନଲାଗି ମନୋନୀତ କରିବାକୁ ସରକାର ଏତେ ଆତୁର କାହିଁକି ବୋଲି ଏମଏନଏସ୍ ପ୍ରଶ୍ନ କରିଛି। ପାର୍ଟିର ସିନେମା ପ୍ରଭାଗ ମୁଖ୍ୟ ଅମେୟ ଖୋପକର ତାଙ୍କ ଟ୍ୱିଟ୍‌ରେ ସାମୀ ମୂଳ ରୂପରେ ଜଣେ ଭାରତୀୟ ନୁହଁନ୍ତି ବୋଲି ଉଲ୍ଲେଖ କରିଥିବା ବେଳେ ତାଙ୍କୁ ଏଭଳି ପୁରସ୍କାର ନେଇ ପ୍ରଶ୍ନ କରିଥିଲେ।

wp:html /wp:html

ତେବେ ହରଦୀପ ସିଂ ପୁରୀ ଘଟଣାକୁ ଶାହିନ ବାଗ୍ ଦେଖୁଥିବା  ଉଲ୍ଲେଖ କରିବା ଏବେ ପ୍ରସଙ୍ଗକୁ ରାତନୀତିକରଣ କରିଛି। ହେଲେ ସାମୀ ପୁରସ୍କାର ଲାଗି ତାଙ୍କୁ ମନୋନୀତ କରାଯାଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ୍‌ରେ କୌଣସି କଳାକାର ଲାଗି ଏହା ଏକ ବିଶେଷ କ୍ଷଣ ହୋଇଥାଏ ଯେତେବେଳେ ତାକୁ ତାର ସରକାର ଚିହ୍ନନ୍ତି ବୋଲି ଜାଣେ। ଏଣୁ ପଦ୍ମଶ୍ରୀ ଲାଗି ମନୋନୟନ ନିମନ୍ତେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.