ହାଇଦ୍ରାବାଦର ‘ସଲୀମ ଲାଲା’ଙ୍କ ଠିକଣା ପଢ଼ି ଲୋକେ ହସି ହସି ବେଦମ୍, ଫ୍ଲିପ୍କାର୍ଟ ପକ୍ଷରୁ ମିଳିଲା ଏମିତି ଜବାବ
15/01/2021 at 10:17 PM

ହାଇଦ୍ରାବାଦ ୧୫/୦୧: କରୋନା ମହାମାରୀ ସମୟରେ ଲୋକେ ଅନଲାଇନ୍ ସପିଂ ଉପରେ ନିର୍ଭରଶୀଳ ଥିଲେ। ଏପରିକି ସ୍ବାଭାବିକ ସମୟରେ ବି ଲୋକେ ଅନ୍ଲାଇନ୍ ସପିଂ ଉପରେ ଭରସା କରୁଛନ୍ତି। ଲୋକଙ୍କ ପାଇଁ ସହଜ ହୋଇଛି ସପିଂ କିନ୍ତୁ ଡେଲିଭରି ବୟମାନଙ୍କ ପାଇଁ ଚିନ୍ତା ବଢ଼ିଛି। ଦୀର୍ଘ ଘଣ୍ଟା କାମ କରି ସେମାନେ ଜିନିଷ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଠିକ୍ ସମୟ ଆଉ ସଠିକ୍ ଠିକଣାରେ ଜିନିଷ ପହଞ୍ଚାଇବା ନିହାତି ଦରକାର। କିନ୍ତୁ ଯେତେବେଳେ ଲୋକେ ନିଜର ଠିକଣା ଗଡ଼ବଡ଼ କରି ଦେବେ ବିଚରା ଡେଲିଭରି ବୟ କଣ କରିବେ, ଆପଣ ଥରେ ଚିନ୍ତା କଲେ।
ଏବେ ସୋସିଆଲ ମିଡିଆରେ ଏମିତି ଏକ ଠିକଣା ଭାଇରାଲ୍ ହେଉଛି ଯାହାକୁ ପଢ଼ିବା ପରେ ଲୋକେ ନିଜ ହସକୁ ରୋକିବା ମୁସକିଲ ହୋଇପଡ଼ୁଛି। କାରଣ ଏ ଠିକଣା ସେତିକି ଅଜବ ଗଜବ। ତେବେ ଏମିତି ଏକ ଫଟୋ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ସେୟାର କରିଛନ୍ତି। ଏଥିରେ ଲେଖା ଅଛି, ‘ପାଶା ଭାଇ କେ ଦୋକାନ ଆକେ ପୁଛ ଲୋ, ସଲିମ ଲାଲା କିଧର ରହତେ, ସିଧା ଘର ତକ୍ ଲାକେ ଛୋଡ଼ତେ, ଚାରମିନାର,, ହାଇଦ୍ରାବାଦ।’
ତେବେ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ଏହାକୁ ନେଇ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ସେହିଭଳି ଆଉ ଏକ ଫଟୋ ଫ୍ଲିପକାର୍ଟ ପକ୍ଷରୁ ମଧ୍ୟ ସେୟାର କରାଯାଇଥିଲା ଯାହାକି ଲୋକଙ୍କର ମନୋରଞ୍ଜନର ଖୁରାକ ହୋଇଥିଲା।
ଜୁଲାଇ ୨୦୨୦ରେ ସେୟାର ହୋଇଥିବା ଏହି ଫଟୋରେ ଅଜବ ଠିକଣା ଲେଖାଥିଲା। ରାଜସ୍ଥାନ କୋଟାର ଉଦୟବୀର ଶକ୍ତିବାତ ଲେଖିଥିଲେ, ‘ମନ୍ଦିର କେ ସାମନେ ଆତେ ହି ଫୋନ୍ ଲଗା ଲେନା ମେଁ ଆ ଜାଉଁଗା।’ ଏହାର ଅର୍ଥ ମନ୍ଦିର ପାଖରେ ପହଞ୍ଚିବା ପରେ କଲ କରିଦେବ ମୁଁ ଆସିଯିବି। ଏଭଳି ଅନକେ ଠିକଣା ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳେ।