ବର୍ଷା ହେଉନି ବୋଲି... ଇନ୍ଦ୍ରଦେବଙ୍କୁ ପ୍ରସନ୍ନ ପାଇଁ ବାହାରିଲା ଜୀଅନ୍ତା ଶବର ଶୋଭାଯାତ୍ରା

Published By : Prameya-News7 Bureau | July 10, 2021 IST

ଝାବୁଆ ୧୦/୦୭: ମଧ୍ୟପ୍ରଦେଶ ଝାବୁଆରେ ବର୍ଷା ହେଉନାହିଁ । ବର୍ଷା ଅପେକ୍ଷାରେ ସେଠାକାର ଲୋକେ ଇନ୍ଦ୍ରଦେବଙ୍କୁ ପ୍ରସନ୍ନ ପାଇଁ ପୂଜା ପାଠ କରିବା ସହ ଗୁଣି ଗାରେଡି ମଧ୍ୟ କରୁଛନ୍ତି । ଝାବୁଆ ସହରରେ ଜଣେ ଜୀଅନ୍ତା ବ୍ୟକ୍ତିଙ୍କ ଶବ ଯାତ୍ରା ବାହାର କରାଯାଇଥିଲା । ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବାକୁ ଗ୍ରାମବାସୀ ଏହିଭଳି ଗୁଣି ଗାରେଡିର ସାହାରା ନିଅନ୍ତି । ଲୋକଙ୍କ ବିଶ୍ୱାସ ଯେ ଏହିଭଳି ଉପାୟ ଦ୍ୱାରା ଇନ୍ଦ୍ରଦେବ ପ୍ରସନ୍ନ ହୁଅନ୍ତି ଓ ବର୍ଷା କରାନ୍ତି ।

ବର୍ଷାକୁ ଅପେକ୍ଷା କରିଥିବା ଲୋକେ କୋକେଇରେ ଶୋଇଥିବା ଜୀଅନ୍ତା ବ୍ୟକ୍ତିଙ୍କ ଶବ ଯାତ୍ରା ବାହାର କରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୋକେଇରେ ଶୋଇଥିବା ବ୍ୟକ୍ତିଙ୍କ ନାଁ ଅଶୋକ। ସେ କହିଛନ୍ତି ଯେ ଜିଲ୍ଲାରେ ଚାଷୀ ବିହନ ବୁଣିସାରିଛନ୍ତି। ବିଲ ଫାଟି ଆଁ କଲାଣି । ଯଦି ଶୀଘ୍ର ବର୍ଷା ନ ହୁଏ ତାହେଲେ ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ। ସେଥିପାଇଁ ଯେତେବେଳେ ଏହିଭଳି ସ୍ଥିତି ଉପୁଜେ ଶବ ଯାତ୍ରା ବାହାର କରିବାକୁ ପଡେ।

ଜିଲ୍ଲାରେ ମୌସୁମୀ ଆସିନାହିଁ। ଲୋକେ ଆତୁର ହୋଇ ବର୍ଷାକୁ ଅପେକ୍ଷା କରିଛନ୍ତି। ଅନେକ ସ୍ଥାନରେ ଚାଷୀଙ୍କ ଅବସ୍ଥା ସଙ୍କଟରେ ରହିଛି । ବିହନ ବହୁତ ମହଙ୍ଗା ହୋଇଯାଇଛି । ଏହିଭଳି ସ୍ଥିତିରେ ଯଦି ବର୍ଷା ନ ହୁଏ ଚାଷୀଙ୍କୁ ପୁଣିଥରେ ବିହନ କିଣି ରୁଇବାକୁ ପଡିବ ଏବଂ ଡବଲ ଖର୍ଚ୍ଚ ହେବ । ସୋୟାବିନ ମଞ୍ଜି ଏଥର ବଜାରରେ କ୍ୱିଣ୍ଟାଲ ପ୍ରତି ୧୦ ରୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି । ବର୍ଷା ପାଇଁ ଚାରିଆଡେ ହାହାକାର ଖେଳି ଯାଇଛି।

ଲୋକେ ମନୋସ୍କାମନା, ପୂଜା ପାଠ, ଗୁଣି ଗାରେଡି ଆଦି କରୁଛନ୍ତି । ସମସ୍ତଙ୍କର ଆଶା ଶୀଘ୍ର ବର୍ଷା ହେଉ ଏବଂ ଫସଲକୁ ନୂଆ ଜୀବନ ମିଳୁ। ଝାବୁଆ ଜିଲ୍ଲାରେ ମୁଖ୍ୟତଃ ମକା ଓ ସୋୟାବିନ ଚାଷ ହୋଇଥାଏ । ଜିଲ୍ଲାର ଅଧିକାଂଶ ଗରିବ ଆଦିବାସୀ ନିଜ କ୍ଷେତରେ ମକା ଓ ସୋୟାବିନ ଚାଷ କରିଥାନ୍ତି ।

wp:embed {"url":"https://www.youtube.com/watch?v=A2KwJr2Q9HQ","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=A2KwJr2Q9HQ
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.