'ନବରଙ୍ଗପୁର ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ'

Published By : Prameya-News7 Bureau | December 15, 2019 IST

ନବରଙ୍ଗପୁର ୧୫।୧୨: ନବରଙ୍ଗପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା । ଖ୍ରୀଷ୍ଟୀୟ ରୀତିନୀତିରେ ନାବାଳିକାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନାବାଳିକାଙ୍କ ଶବକୁ କାନ୍ଧ ଦେଇଛନ୍ତି ଉପଜିଲ୍ଲାପାଳ ଭାସ୍କର ରଇତ । ଘଟଣାସ୍ଥଳରେ ଉପଜିଲ୍ଲାପାଳଙ୍କ ସହ ପୀଡିତାଙ୍କ ପରିବାର ଲୋକ କୋଡିଙ୍ଗା ତହସିଲଦାର, ମାଆ ଘର ଅଧ୍ୟକ୍ଷା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସଂଧ୍ୟାରୁ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ । ଘର ଲୋକ ସାରାରାତି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଶନିବାର ବିଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କୋଷାଗୁମଡା ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.