ଶହୀଦ ପୋଲିସ ପୁଅ ସହ ଉଠିଲା ମା'ର କୋକେଇ: ଝିଅ କହିଲା-'ଏବେ କେମିତି କହିବି ମୋ ବାପା ପୋଲିସ'

Published By : Prameya-News7 Bureau | April 11, 2021 IST

ପୁର୍ଣିୟା ୧୧/୦୪ : ବିହାର କିଷନଗଞ୍ଜ ଟାଉନ ଥାନା ପ୍ରଭାରୀ ଅଶ୍ୱିନୀ କୁମାରଙ୍କ ଘରୁ ରବିବାର ଦିନ ଏକାସଙ୍ଗେ ଦୁଇଟି ଅର୍ଥୀ ଉଠିଛି। ଗୋଟିଏ ଶହୀଦ ଅଶ୍ୱିନୀ କୁମାରଙ୍କ ଓ ଅନ୍ୟଟି ତାଙ୍କ ମା ଉର୍ମିଳା ଦେବୀଙ୍କର। ଏକ ଗଣମାଧ୍ୟମ ସହ କଥା ହୋଇ ଶହୀଦଙ୍କ ଝିଅ ନେନ୍ସି କହିଛନ୍ତି ଯେ ତାଙ୍କୁ ସ୍ଥାନୀୟ ପୋଲିସ ଉପରେ ଭରସା ନାହିଁ। ତାଙ୍କ ପିତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ଏବଂ ଏହାର ସିବିଆଇ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ମା'ଙ୍କ ସ୍ଥିତି ଅତ୍ୟନ୍ତ ଖରାପ ଅଛି ବୋଲି ସେ କହିଛନ୍ତି। ତାଙ୍କର ଆଉ ଦୁଇ ଛୋଟ ଭାଇ-ଭଉଣୀ ଅଛନ୍ତି। ତେବେ ପିତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପରିବାର ଗୁଜୁରାଣ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ନେନ୍ସି କହିଛନ୍ତି ତାଙ୍କ ପିତା ଅଶ୍ୱିନ କୁମାର ସଚ୍ଚୋଟ ଓ ବାହାଦୂର ଥାନା ପ୍ରଭାରୀ ଥିଲେ। କିନ୍ତୁ ପୋଲିସ ଓ ଅନ୍ୟ ଲୋକମାନେ ମିଶି ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ଇନ୍ସପେକ୍ଟର ମନୀଷ କୁମାର ଏସବୁ ଘଟଣା ପଛରେ ଦୋଷୀ। ତାଙ୍କୁ ବରଖାସ୍ତ କରାଯିବ ଉଚିତ ଏବଂ ପୋଲିସ ଅଧିକାରୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ।

{"id":436788,"width":618,"height":412,"sizeSlug":"large","linkDestination":"none"}

ପୁର୍ଣିୟା ଅଞ୍ଚଳର ଆଇଜି, କମିଶନର, ଜିଲ୍ଲା ଅଧିକାରୀ, ଏସପି, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଶହୀଦଙ୍କ ଘରେ ପହଞ୍ଚି ସାନ୍ତ୍ୱନା ଦେଇଛନ୍ତି। ଆଇଜି ସୁରେଶ ଚୌଧୁରୀ କହିଛନ୍ତି ଯେ ପୁର୍ଣିୟା ଅଞ୍ଚଳର ୪ଝିଲଲର ସବୁ ପୋଲିସକର୍ମୀ ନିଜର ଗୋଟିଏ ଦିନର ଦରମା ଶହୀଦ ଅଶ୍ୱିନୀ କୁମାରଙ୍କ ପରିବାରକୁ ଦେବେ। ଏହି ରାଶି ପ୍ରାୟ ୫୦ ଲକ୍ଷ ଟଙ୍କାର ହେବ। ଆଇଜି ଓ କମିଶନର ଶହୀଦଙ୍କ ପରିବାରକୁ ନ୍ୟାୟ ଓ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି। ବିଜେପି ଏମଏଲସି ଦିଲୀପ ଜୟସବାଲ ସ୍ପଷ୍ଟ କରିଛନ୍ତି ଯେ ପରିବାର ଲୋକ ସିବିଆଇ ଯାଞ୍ଚ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ବିହାର କିଷନଗଞ୍ଜରେ ଏଫଆଇଆର ଦର୍ଜ ହେବନାହିଁ ସେପର୍ଯ୍ୟନ୍ତ ବଙ୍ଗଳା ପୋଲିସଠୁ ନ୍ୟାୟ ଆଶା କରିବା ବିଫଳ।

ସେ କହିଛନ୍ତି ଯେ, ପୋଲିସର ଅସଫଳତା ଯୋଗୁଁ ଶହୀଦ ଅଶ୍ୱିନୀ କୁମାରଙ୍କ ହତ୍ୟା ହୋଇଛି। ଏହାର ଉଚ୍ଚ ସ୍ଥରୀୟ ଯାଞ୍ଚ ହେବା ଉଚିତ। କିଷନଗଞ୍ଜ ପୋଲିସ ଓ ବଙ୍ଗଳା ପୋଲିସର ବ୍ୟବହାର ଦେଖି ପ୍ରମାଣିତ ହେଉଛି ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ରହିଛି। ଯଦି କିଷନଗଞ୍ଜ ପୋଲିସ ପିଠି ଦେଖାଇ ପଳାଇନଥାନ୍ତା ତାହେଲେ ଅଶ୍ୱିନୀ କୁମାରଙ୍କ ହତ୍ୟା ହୋଇନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.