ବିଦେଶମାଟିରେ ବଞ୍ଚିଛି ଖାଲିସ୍ତାନୀ ଆନ୍ଦୋଳନ, ଧରାପଡିଲେ ମାଲେସିଆରୁ ପାଣ୍ଠି ଯୋଗାଉଥିବା ମହିଳା

Published By : Prameya-News7 Bureau | August 18, 2019 IST

ବଟାଲା : ଦେଶରେ ଖାଲିସ୍ତାନ ଆନ୍ଦୋଳନ ପ୍ରସମିତ ହେବାର ଦୀର୍ଘ ଦଶନ୍ଧୀ ବିତିଗଲାଣି। ହେଲେ ଏବେ ବି ବିଦେଶମାଟିରେ ରହି କିଛି ଲୋକ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ଏମିତି ଜଣେ ହେଉଛନ୍ତି ମାଲେସିଆରେ ବସବାସ କରୁଥିବା ମହିଳା କୁଲବୀର କୌର। ୨୦୨୦ ଖାଲିସ୍ତାନ ରେଫରେଣ୍ଡମକୁ ସମର୍ଥନ କରୁଥିବା ଏହି ମହିଳା ଆତଙ୍କବାଦ ନିମନ୍ତେ ପାଣ୍ଠି ଯୋଗାଡ କରୁଥିଲେ। ତାଙ୍କ ବିରୋଧରେ ରଙ୍ଗଡନଙ୍ଗଲ ଥାନାରେ ୩୧ ମେ ୨୦୧୮ରେ ଆତଙ୍କବାଦ ଗତିବିଧି ଧାରାରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ବଟାଲା ପୋଲିସ  ଲୁକଆଉଟ୍ ନୋଟିସ ବି ଜାରି କରିଥିଲା।

{"id":145923,"width":580,"height":357}

କୁଲବୀର ଗତ ଶୁକ୍ରବା ମାଲେସିଆରୁ ବିମାନ ଯୋଗେ ଆସି ନୂଆଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଅବତରଣ କରିଥିଲେ। ତେବେ ତାଙ୍କ ଭାରତ ଆସିବା ସୂଚନା ପାଇ ପୋଲିସ ତାଙ୍କୁ ପୂର୍ବରୁ ବିମାନ ବନ୍ଦରରେ ଜଗି ରହିଥିଲା। ସେ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟରେ ହାଜର କରି ଏବେ ପୋଲିସ୍ ରିମାଣ୍ଡରେ ଆଣି ପଚରା ଉଚରା କରୁଛି। ପୂର୍ବରୁ ଏସଆଇଟି ହରପୁରାର ଧରମିନ୍ଦର ସିଂହ ସମେତ ୩ ଜଣ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରା ଉଚରା କରିବା ବେଳେ ଧରମିନ୍ଦର ଶିଖ ଫର ଜଷ୍ଟିସର ପର୍ଦ୍ଦାଫାସ ହୋଇଥିବା ବେଳେ ଏହାକୁ ବିଦେଶରୁ ପାଣ୍ଠି ଯୋଗାଉଥିବା ଲୋକଙ୍କ ସମ୍ପର୍କେର ସୂଚନା ମିଳିଥିଲା।

{"id":145924,"width":583,"height":437}

ମାଲେସିଆରେ ରହୁଥିବା କୁଲବୀର କୌରଙ୍କ ସମେତ ବ୍ରିଟେନରେ ରହୁଥିବା ଗୁରୁପତବନ୍ତ ସିଂହ ପନ୍ନୁ ଓ ପରମଜିତ ସିଂ ପମା  ଶିଖ୍ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଜଣାପଡିଥିଲା। ଏଥିରୁ ଗୁରୁପତବନ୍ତ ସଙ୍ଗଠନକୁ ଆଇନ ସହାୟତା କରୁଛନ୍ତି। ତେବେ ପରମଜିତ ସିଂ ପାଣ୍ଠି ବ୍ୟତୀତ ଆଉ ସବୁ କଣ ସହଯୋଗ କରୁଥିଲେ ଜଣାପଡିନି। ହେଲେ କୁଲବୀର ଏବେ ହାତକୁ ଆସିଯାଇଥିବାରୁ ଶିଖ ଆତଙ୍କବାଦର ଏବେ ସମ୍ପୂର୍ଣ୍ଣ ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.