ସୁନୀଲ ସେଟ୍ଟୀଙ୍କ ଝିଅଙ୍କ ଅଭିନୟ କ୍ୟାରିୟର ଉପରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ! ଲଗାତାର ୩ଟି ଫିଲ୍ମ ଫ୍ଲପ୍

Published By : Prameya-News7 Bureau | November 18, 2019 IST

ମୁମ୍ବାଇ୧୮/୧୧: ବଲିଉଡ୍‌ର ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଅଥିୟା ସେଟ୍ଟୀଙ୍କ ଫିଲ୍ମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ନିକଟ​‌ରେ ଅଭିନେତା ନଓ୍ବାଜୁଦ୍ଦୀନ ଓ ଅଥିୟା ସେଟ୍ଟୀଙ୍କ ଅଭିନୀତ ମୋତିଚୁର ଚକନାଚୁର ଫିଲ୍ମ ରିଲିଜ ହୋଇଥିଲା। ମୁଖ୍ୟ ଭୂମିକାରେ ନଓ୍ବାଜୁଦ୍ଦୀନ ଓ ଅଥିୟା ସେଟ୍ଟୀ ନଜର ଆସିଥିଲେ। ଏହି ଫିଲ୍ମରୁ ଦର୍ଶକ ମୁହଁ ଫେରାଇ ନେଇଥିଲେ ଏବଂ ଅନ୍ୟପଟେ ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ଏତେ ଲାଭ ଦେଇ ନ ଥିଲା।

{"id":186265,"sizeSlug":"large"}

ନଓ୍ବାଜୁଦ୍ଦୀନଙ୍କ ସହ ଅଥିୟା ପ୍ରଥମ ଥର ମୋତିଚୁର ଚକନାଚୁର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ବହୁ ବରିଷ୍ଠ କଳାକାର ଥିବା ସତ୍ବେ କାହାଣୀକୁ ଦର୍ଶକ ପସନ୍ଦ କରି ନ ଥିଲେ।

{"id":186266,"sizeSlug":"large"}

ସୁନୀଲ ସେଟ୍ଟୀଙ୍କ ଝିଅ ଅଥିୟା ହିରୋ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୀତ ଏହି ଫିଲ୍ମ ୨୦୧୫ ମସିହାରେ ରିଲିଜ ହୋଇଥିଲା। ହିରୋ ଭୂମିକାରେ ସୁରଜ ପଞ୍ଚୋଲି ଓ ହିରୋଇନ ଭୂମିକାରେ ଅଥିୟା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନୂଆ ଷ୍ଟାରକାଷ୍ଟ ଯୋଗୁଁ ଫିଲ୍ମଟି ଫ୍ଲପ୍‌ ହୋଇଥିଲା।

{"id":186267,"sizeSlug":"large"}

ସେହିପରି ଅନୀଶ୍‌ଙ୍କ ନିର୍ଦେଶିତ ମୁବରକନ ଫିଲ୍ମରେ ଅଥିୟା ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୧୭ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅନୀଲ କପୂର, ଇଲିୟା ଓ ଅର୍ଜୁନ କପୂର ଭଳି ଅଭିନେତା ଅଭିନୟ କରିଥିଲେ। ଅଥିୟା ଏହି ଫିଲ୍ମ​‌ରେ ଲିଡ୍‌ ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା।

{"id":186270,"sizeSlug":"large"}

ଅଭିନେତ୍ରୀ ଅଥିୟାଙ୍କ ବାପା ସୁନୀଲ ସେଟ୍ଟୀ ଜଣେ ସୁନ୍ଦର କଳାକାର ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଝିଅ ଅଥିୟା ସେଟ୍ଟୀଙ୍କ ଫିଲ୍ମ ଲଗାତାର ଭାବେ ଫ୍ଲପ୍ ହେବାରେ ଲାଗିଛି। ତେଣୁ ତାଙ୍କ ଅଭିନୟ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.