୪ର୍ଥ କରୋନା ପଜିଟିଭ୍‌ଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ: କେଉଁ ରାସ୍ତା ଦେଇ ଆସିଥିଲେ ଏବଂ କାହା କାହା ସହ ମିଶିଥିଲେ ?

Published By : Prameya-News7 Bureau | April 01, 2020 IST

ଭୁବନେଶ୍ବର୧/୪: ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ତନାଘନା ମଧ୍ୟ ଆରମ୍ଭ ହୋଇଛି। ଏହି ରୋଗୀ ଦୁବାଇରୁ କେଉଁ ରାସ୍ତା ଦେଇ ଆସିଥିଲେ ତାଙ୍କ ସଂସ୍ପର୍ଶରେ କେତେଜଣ ରୋଗୀ ଆସିଥିଲେ ଏହାକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି। ସେପଟେ ଭଦ୍ରକ ପୁରୁଣା ବଜାରରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି।

{"id":247649,"sizeSlug":"large"}

ଚତୁର୍ଥ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ ଜଣ।  ଦୁବାଇର ଏହି ୨୯ ବର୍ଷିୟ ରୋଗୀ ୧୮ ମାର୍ଚ୍ଚରେ ଦୁବାଇରୁ କୋଲକାତାରେ ପହଞ୍ଚିଥିଲେ।  କୋଲକାତା ଏୟାର ପୋର୍ଟରୁ ଟ୍ୟାକ୍ସି ଯୋଗୁଁ ହାଉଡ଼ା ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେଁ ଆସିଥିଲେ ଭଦ୍ରକ। ଇଷ୍ଟକୋଷ୍ଟର ଏସ ଇଲେଭେନ ବଗିରେ ସେ ଆସିଥିଲେ । ସେଠାରୁ ଏକ ଅଟୋରେ ସେ ଘରେ ପହଞ୍ଚିଥିଲେ ଏବଂ  ଘରେ ସେ ଏକୁଟିଆ ରହିଥିଲେ। ଯଦିଓ ତାଙ୍କର କୌଣସି କରୋନା ସିମଟମ ନଥିଲା ତଥପା ତାଙ୍କର ପରୀକ୍ଷା କରାଯାଇଥିଲା। ମାର୍ଚ୍ଚ ୩୦ ତାରିଖରେ ତାଙ୍କ ସାମ୍ପଲ ପଠାଯାଇଥିଲା। ଏବଂ ମାର୍ଚ୍ଚ ୩୧ ତାରିଖରେ ତାଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏହି ରୋଗୀଙ୍କ ସହିତ ୭ ଜଣ ସଂପର୍କରେ ଆସିଥିଲେ।

{"id":247650,"sizeSlug":"large"}

ଏ ହେଉଛି ଭଦ୍ରକର ପୁରୁଣା ବଜାର। ଯେଉଁଠାରେ ଚତୁର୍ଥ ରୋଗୀଙ୍କ ଘର ବୋଲି ସୂଚନା ମିଳିବା ପରେ ସେଠାରେ ଲୋକଙ୍କ ମଧ୍ୟରେ ଏକ ପ୍ରକାରର ଭୟ ଦେଖାଦେଇଛି। ଏଥିସହିତ ସେଠାରେ ମଧ୍ୟ କଟକଣା କଡ଼ାକଡ଼ି କରାଯାଇଛି। ପୁରୁଣାବଜାର ଅଂଚଳର କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଯୋଗେ ପ୍ରଚାର କରାଯାଇଛି । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରାଂଟାଇନରେ ରଖାଯାଇଛି ।

ବର୍ତ୍ତମାନ ସୁଦ୍ଧା  ରାଜ୍ୟରେ ୬୧୦ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ୮୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦୪ ହେଲ୍ପଲାଇନ ଜରିଆରେ ୧୫୦୪୫ ଜଣଙ୍କ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩୨ଜଣ ବିଦେଶରୁ ଆସିଛନ୍ତି। ସେପଟେ ରାଜ୍ୟରେ ଗୁଜବ ପ୍ରଚାର କିଛି କମ ନାହିଁ। ରାଜ୍ୟରେ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା କେହି ପ୍ରଚାର କରିଥିବା ସାମ୍ନାକୁ ଆସିବା ପରେ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

{"id":247651,"sizeSlug":"large"}

କରୋନା ମୁକାବିଲାରେ ରାଜ୍ୟବାସୀ ଦୃଢ଼ ମାନସିକତା ଦେଖାଇଛନ୍ତି। ଏହି ସପ୍ତାହ ସବୁଠାରୁ ଗୁରୁତ୍ବପୂର୍ଣ୍ଣ  ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିପାଇଁ ସତର୍କ ସହିତ ସାମାଜିକ ଦୂରତା ବଜାୟ ରଖିବା ବାରମ୍ବାର ରାଜ୍ୟ ସରକାର ବାରମ୍ବାର ଅପିଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.