ଆଜି ବସିବ ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ୍ : ଅଦାଲତ ଅବମାନନା ମାମଲାର କରିବେ ଶୁଣାଣି

Published By : Prameya-News7 Bureau | October 15, 2019 IST

କଟକ ୧୫।୧୦: ଆଜି ବସିବ ହାଇକୋର୍ଟର ଫୁଲ ବେଞ୍ଚ୍, ଅଦାଲତ ଅବମାନନା ମାମଲାର ହେବ ଶୁଣାଣି । ଆଜି ଦିନ ସାଢେ ୧୦ଟାରେ ହାଇକୋର୍ଟର ଫୁଲ୍ ବେଞ୍ଚ୍  ବସିବାକୁ ଯାଉଛି । ପ୍ରକାଶିତ ସପ୍ଲିମେଣ୍ଟାରି ଲିଷ୍ଟ ଅନୁସାରେ ମୁଖ୍ୟ ବିଚାରପତିଙ୍କ ସହିତ ୧୩ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ ।

ଏହି  ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟର ସମସ୍ତ ବିଚାରପତି ରହିଥିବା ବେଳେ ଏପରି ଘଟଣା ନିକଟ ଅତୀତରେ କେବେ ଘଟି ନଥିବା କୁହାଯାଉଛି । ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବାବେଳେ ଏଥିରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.