ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତନ୍ଦୁର ଭାଟିରେ ପୋଡି ଦେିଥିଲା ସ୍ବାମୀ: ବହୁ ଚର୍ଚ୍ଚିତ ନୈନା ସାହାଣୀ ହତ୍ୟାକାଣ୍ଡ କେମିତି ଆସିଥିଲା ପଦାକୁ ଜାଣନ୍ତୁ
21/12/2018 at 7:49 PM

ନୂଆଦିଲ୍ଲୀ ୨୧|୧୨: ସ୍ତ୍ରୀର ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ଥିବା ଆଶଙ୍କା କରି ସୁଶୀଲ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା | ହତ୍ୟା କରିବା ପରେ ସୁଶୀଲ ସ୍ତ୍ରୀକୁ ତନ୍ଦୁର ଭାଟିରେ ପୋଡି ଭାଜିବା ଆରମ୍ଭ କରିଥିଲା | ଯେତେବେଳେ ସୁଶୀଲ ପତ୍ନୀଙ୍କ ଶବକୁ ତନ୍ଦୁର ଭାଟିରେ ପକେଇ ସେଥିରେ ଘିଅ ଢାଳିଥିଲା ସେତେବେଳେ ସମ୍ପୂର୍ଣ ହୋଟେଲରେ ଧୂଆଁ ଖେଳି ଯାଇଥିଲା | ହୋଟେଲ ବାହାରେ ପରିବା ବିକୁଥିବା ଜଣେ ମହିଳାଙ୍କ ନଜର ଏହି ଧୂଆଁ ଉପରେ ପଡିଥିଲା | ମହିଳା ଜଣକ ଭାବିଲେ ହୋଟେଲରେ ନିଆଁ ଲାଗିଯାଇଥିବାରୁ ଏତେ ଧୂଆଁ ବାହାରୁଚି | ସେ ପାଟିକରି ଲୋକଙ୍କୁ ଡାକିଥିଲେ | ତୁରନ୍ତ ସେଠାରେ ଲୋକେ ଜମା ହୋଇଯାଇଥିଲେ | ଦିଲ୍ଲୀ ପୋଲିସରେ କାର୍ଯ୍ୟରତ କନେଷ୍ଟେବଲ ଅବଦୁଲ ସେତେବେଳେ ସେ ପାଖାପାଖି ଅଂଚଳରେ ଥିଲେ | ଖବର ଶୁଣି ସେ ତତକ୍ଷଣାତ ଘଟଣାସ୍ଥଳରେ ପହଂଚିଥିଲେ | ନିଆଁ ଏବଂ ଧୂଆଁ ଦେଖି ଅବଦୁଲ ହୋଟେଲ ଆଡକୁ ଦୌଡ଼ି ଥିଲେ | ହୋଟେଲ ଭାଟିରେ ସେ ଯାହା ଦେଖିଲେ ତାକୁ ଦେଖି ଅବଦୁଲ ସ୍ତବ୍ଦ ହୋଇଗଲେ |

ଏହାପରେ ସୁଶୀଲ ଫେରାର ହୋଇଗଲେ | ତତ୍କାଳୀନ ଦିଲ୍ଲୀ ଯୁବ କଂଗ୍ରେସ ନେତା ମତଲୁବ କରିମ ସାମ୍ନାକୁ ଆସି ଘଟଣାର ଖୁଲାସା କରିଥିଲେ | ସେ ହିଁ ପୋଲିସ ଆଗରେ ଖୁଲାସା କରିଥିଲେ ଯେ, ତନ୍ଦୁର ଭାଟିରେ ଯେଉଁ ମହିଳାଙ୍କୁ ପୋଡା ଯାଇଥିଲା ତାଙ୍କ ନାଁ ନୈନା ସାହାଣୀ ଏବଂ ସେ ସୁଶୀଲ ଶର୍ମାଙ୍କ ପତ୍ନୀ ଥିଲେ | ବହୁ ଖୋଜାଖୋଜି ପରେ ପୋଲିସ ସୁଶୀଲକୁ ଗିରଫ କରିଥିଲା |