Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଫୁକ୍‌ରେ ଅଭିନେତା ମନଜୋତ ସିଂହ କରୋନା ସଂକ୍ରମିତ ଭାଇ ପାଇଁ ମାଗିଲେ ସାହାଯ୍ୟ, ପୁଣି ଡିଲିଟ୍ କଲେ ପୋଷ୍ଟ

5/05/2021 at 11:34 AM

ମୁମ୍ବାଇ ୦୫/୦୫ : ଦେଶ କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛି । ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ଏହିଭଳି ସ୍ଥିତିରେ ଅନେକ ବଲିଉଡ ସେଲିବ୍ରିଟି ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି । ସୋନୁ ସୁଦ, ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, ଅଜୟ ଦେବଗନ, ଟ୍ୱିଙ୍କଲ ଖାନ୍ନା, ଆଲିଆ ଭଟ୍ଟ, ରଣଦୀପ ହୁଡ୍ଡା ଆଦି କଳାକାର ନିଜ ନିଜ ସ୍ଥରରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଲୋକଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟି ସୋସିଆଲ ମିଡ଼ିଆରେ ସାହାରା ନେଇଛନ୍ତି । ଏହି ତାଲିକାରେ ବର୍ତ୍ତମାନ ‘ଫୁକରେ’ ଓ ‘ଡ୍ରିମ ଗାର୍ଲ’ ଭଳି ଫିଲ୍ମରେ ନଜର ଆସିଥିବା ମନଜୋତ ସିଂହ ମଧ୍ୟ ସାମିଲ ହୋଇଛନ୍ତି ।

ମନଜୋତ ସିଂହ ଅନେକ ଫିଲ୍ମରେ ନଜର ଆସିଛନ୍ତି । ମନଜୋତ ସିଂହଙ୍କ ଭାଇ କରୋନାରେ ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ସକାଳେ ମନଜୋତ ନିଜେ ଏକ ପୋଷ୍ଟ କରି କହିଥିଲେ ଯେ ତାଙ୍କ ଭାଇ ପାଇଁ ହସ୍ପିଟାଲରେ ଏକ ଆଇସିୟୁ ବେଡ଼ ଆବଶ୍ୟକ । ମନଜୋତ ଟ୍ୱିଟ୍ ଜରିଆରେ ଦିଲ୍ଲୀରେ ଭାଇ ପାଇଁ ହସ୍ପିଟାଲ ବେଡ୍ ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ବେଡ଼ ମିଳିବା ପରେ ସେ ଟ୍ୱିଟ୍ ଡିଲିଟ୍ କରିଦେଇଥିଲେ ।

ମନଜୋତଙ୍କ ଟ୍ୱିଟ ପରେ ଲୋକେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ବେଡ୍ ମିଳିବା ପରେ ମନଜୋତ ପୋଷ୍ଟ ଡିଲିଟ୍ କରିଦେଇଥିଲେ ଓ ଲେଖିଥିଲେ, ‘ମୋ ଭାଇ ସହବଜୋତକୁ ବେଡ଼ ମିଳିଯାଇଛି । ସହାୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ, ପୋଷ୍ଟ ଡିଲିଟ କରୁଛି।’

   Related Posts