Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଧରାପଡ଼ିଲା ଆଣ୍ଟିଗୁଆରୁ ଫେରାର ମେହୁଲ ଚୋକସୀ

26/05/2021 at 11:15 PM

ନୂଆଦିଲ୍ଲୀ ୨୬/୫: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଘୋଟାଲାର ଅଭିଯୁକ୍ତ ଏବଂ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ବଡ଼ ଖବର ମିଳିଛି। ମେହୁଲ ଚୋକସୀକୁ ଡୋମିନିକାରେ ଟ୍ରେସ୍‌ କରାଯାଇଛି। ସେଠାକାର ପୋଲିସ ତାକୁ ଗିରଫ କରିଛି। ଏହା ସହ ଆଣ୍ଟିଗୁଆ ପୋଲିସ ପକ୍ଷରୁ ଡୋମିନିକା ପ୍ରଶାସନ ସହିତ ସମ୍ପର୍କ କରାଯାଉଛି। ଗତ କିଛି ଦିନ ହେଲା ମେହୁଲ ଚୋକସୀ ଆଣ୍ଟିଗୁଆରେ ଲୁଚି ଥିଲା। ସେ ତାର ଠିକଣା ବଦଳାଇଥିଲା ବୋଲି କୁହାଯାଉଛି। କିନ୍ତୁ ଏବେ ଡୋମିନିକା ପୋଲିସ ତାକୁ ଗିରଫ କରିଛି। ଏହା ସହ ଖୁବଶୀଘ୍ର ତାକୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।  

୨୩ ମେ’ରୁ ମେହୁଲ ଚୋକସୀ ଆଣ୍ଟିଗୁଆରୁ ଫେରାର ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମେହୁଲ କ୍ୟୁବା ଯାଇଥିବା ନେଇ ସନ୍ଦେହ କରାଯାଉଥିଲା। ସେଠାରେ ତାର ଏକ ବିଶାଳ ଘର ମଧ୍ୟ ଅଛି। କିନ୍ତୁ ସେ ଡୋମିନିକାରେ ଥିବା ନେଇ ଖବର ମିଳିବା ପରେ ସେଠାକାର ପୋଲିସ ତାକୁ ଗିରଫ କରିଛି। ଆଣ୍ଟିଗୁଆରୁ ମେହୁଲ ଫେରାର ହେବା ଆଶ୍ଚର୍ଯ୍ୟକର ନୁହେଁ କାରଣ ଭାରତ ସରକାର ଲଗାତାର ଆଣ୍ଟିଗୁଆ ସରକାରଙ୍କୁ ତାର ନାଗରିକତା ରଦ୍ଦ କରିବାକୁ ନେଇ ଚାପ ପକାଉଥିଲେ। ସେଠାକର ଅଧିକାରୀଙ୍କ ଉପରେ ଚାପ ଥିବା ବେଳେ ଚୋକସୀ ମଧ୍ୟ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲା। ଏହି ସମୟରେ ନିଜର ଠିକଣା ବଦଳାଇବାକୁ ସେ ଉଚିତ ମଣିଥିବ। ସେ ଯାହା ହେଉ ଡୋମିନିକା ପୋଲିସ୍‌ ମେହୁଲ ଚୋକସୀକୁ ଗିରଫ କରିଥିବା ବେଳେ ତାକୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।

   Related Posts