ଆମେରିକା ଓ ଚାଇନାକୁ ମାତ୍ ଦେଲା ଜାପାନୀ ସୁପର କମ୍ପ୍ୟୁଟର, ସବୁଠୁ ଅଧିକ ସ୍ପିଡ୍‌ରେ କରୁଛି ଅପରେଟ୍

Published By : Prameya-News7 Bureau | June 27, 2020 IST

ଟୋକିଓ ୨୭।୦୬:  ବିଶ୍ଵର ଟପ୍‌ ୫୦୦ ସୁପରକମ୍ପ୍ୟୁଟର ସ୍ପିଡ୍ ମାମଲାରେ ଜାପାନିଜ୍ ସୁପରକମ୍ପ୍ୟୁଟର ଶୀର୍ଷରେ ରହିଛି। ଏହି ସୁପରକମ୍ପ୍ୟୁଟରର ନାମ ଫୁଗାକୁ। ଏହା ରିକେନ୍ ଏବଂ ଫୁଜିତ୍ସୁ ଦ୍ଵାରା  ବିକଶିତ କରିଛନ୍ତି। ଏଥିରେ ଫୁଜିତ୍ସୁର ୪୮-କୋର ଏ ୬୪ ଏଫଏକ୍ସ ସିଷ୍ଟମ-ଅନ ଚିପ୍‌ର ଉପଯୋଗ କରାଯାଇଛି। ଏହା ପ୍ରଥମ ଥର  ଏଆରଏମ ପ୍ରୋସେସର ଉପରେ ଆଧାରିତ କମ୍ପ୍ୟୁଟର ଯାହାକି ତାଲିକାର ଶୀର୍ଷରେ ରହିଛି।

ଆଇବିଏମର ଶିଖର ସମ୍ମିଳନୀରେ ହୋଇଥିବା ପରୀକ୍ଷଣରେ ଶୀର୍ଷ ୫୦୦ ଏଚପିଏଲ ଫୁଗାକୁ କମ୍ପ୍ୟୁଟର ଅନ୍ୟ କମ୍ପ୍ୟୁଟର ତୂଳନାରେ ୨.୮ ଗୁଣ ଅଧିକ ଦ୍ରୁତ ଚାଲିଥିଲା। ଫୁଗାକୁ ଅନ୍ୟ ମାନ୍ୟତା ପାଇଁ ହୋଇଥିବା ପରୀକ୍ଷଣରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ। ଏଥିରେ ଗ୍ରାଫ ୫୦୦, ଏଚପିଏଲ-ଏଆଇ ଓ ଏଚପିସିଜି ସାମିଲ। ପୂର୍ବରୁ କୌଣସି କମ୍ପ୍ୟୁଟର ଏକା ଥରକେ ଚାରୋଟି ବିଭାଗରେ ଶୀର୍ଷ ସ୍ଥାନ ହାସଲ କରିନଥିଲା।

ସାଧାରଣତଃ ଆମେରିକା ଓ ଚୀନ ନିର୍ମିତ କମ୍ପ୍ୟୁଟର ମଧ୍ୟରେ ଶୀର୍ଷ ସ୍ଥାନ ନେଇ ପ୍ରତିଯୋଗିତା ହୋଇଥାଏ। ହେଲେ ଜାପାନର କମ୍ପ୍ୟୁଟର ସିଷ୍ଟମ ନଅ ବର୍ଷ ଧରି ଶୀର୍ଷ ୫୦୦ ରାଙ୍କରେ ରହିଥିଲେ ମଧ୍ୟ ଏଥର ପ୍ରଥମ ସ୍ଥାନ ହାସଲ କରିବାରେ ଏହା ପ୍ରଥମ ଘଟଣା। ମୋଟ୍ ଉପରେ ତାଲିକାରେ ୨୨୬ ଚୀନୀ କମ୍ପ୍ୟୁଟର, ଆମେରିକାର ୧୧୪ ଏବଂ ଜାପାନର ୩୦ କମ୍ପ୍ୟୁଟର ସାମିଲ। ୟୁଏସ ଆଧାରିତ ସିଷ୍ଟମ ୬୪୪ ପେଟାଫ୍ଲପ୍ ସହିତ ସବୁଠୁ ଅଧିକ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

ଆସନ୍ତା ଆର୍ଥିକ ବର୍ଷରେ ଫୁଗାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା COVID-୧୯ ଗବେଷଣା ପାଇଁ ଏକ ପରୀକ୍ଷାମୂଳକ ଭିତ୍ତିରେ ବ୍ୟବହୃତ ହୋଇଛି, ଯାହାର ନିଦାନ, SARS-CoV-୨ ଭୂତାଣୁର ପ୍ରସାରକୁ ଅନୁକରଣ କରିବା ଉପରେ ଉଦ୍ଦିଷ୍ଟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.