Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପୁଣି ବଢ଼ିଲା ଇନ୍ଧନ ଦର, ପେଟ୍ରୋଲ ପ୍ରତି ଲିଟର ୩୦, ଡିଜେଲ ୩୭ ପଇସା ମହଙ୍ଗା, ଜାଣନ୍ତୁ ଭୁବନେଶ୍ୱରରେ ଦର କେତେ ?

6/10/2021 at 9:41 PM

ନୂଆଦିଲ୍ଲୀ ୬।୧୦:  ତୈଳ କମ୍ପାନୀମାନେ ଦେଶରେ ଲଗାତାର ବୁଧବାର ମଧ୍ୟ ଇନ୍ଧନଦର ବୃଦ୍ଧି କରିଛନ୍ତି। ପେଟ୍ରୋ ଲିଟରପିଛା ୧୭ରୁ ୩୦ ପଇସା ପର୍ଯ୍ୟନ୍ତ ବଢିଥିବା ବେଳେ ଡିଜେଲ ୨୬ରୁ ୩୭ ପଇସା ମହଙ୍ଗା ହୋଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢ଼ିବା ଯୋଗୁ ୧୦୨ଟଙ୍କା ୯୪ ପଇସାକୁ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଯୋଗୁ ୯୧ଟଙ୍କା ୪୨ ପଇସାରେ ବିକ୍ରି ହେଉଛି।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ମହଙ୍ଗା ହୋଇଛି। ଫଳରେ ପ୍ରତି ଲିଟର ପେଟ୍ରୋଲ ଏବେ ୧୦୮ଟଙ୍କା ୯୬ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୩୭ ପଇସା ବୃଦ୍ଧି ଯୋଗୁ ୯୯ଟଙ୍କା ୧୭ ପଇସାକୁ ପହଞ୍ଚିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ମହଙ୍ଗା ହୋଇଥିବା ବେଳେ ପ୍ରତି ଲିଟର ଦର ୧୦୦ଟଙ୍କା ୪୯ ପଇସାରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୩୪ ପଇସା ବୃଦ୍ଧି ଯୋଗୁ ୯୫ଟଙ୍କା ୯୩ ପଇସା ଦରରେ ବିକ୍ରି ହେଉଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଐତିହାସିକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଶୁଳ୍କ ରିହାତି କରିଥିଲେ।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ମହଙ୍ଗା ହୋଇଛି। ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୦୩ ଟଙ୍କା ୬୫ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୩୬ ପଇସା ମହଙ୍ଗା ହେବା ଯୋଗୁ ଲିଟରପିଛା ୯୪ଟଙ୍କା ୫୩ ପଇସାରେ ବିକ୍ରି ହେଉଛି।

ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭ ପଇସା ମହଙ୍ଗା ହୋଇଛି। ଫଳରେ ପ୍ରତି ଲିଟର ୧୦୩ଟଙ୍କା ୬୯ ପଇସା ଦରରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୨୬ ପଇସା ମହଙ୍ଗା ହୋଇଛି। ଫଳରେ ଦର ୯୯ଟଙ୍କା ୫୭ ପଇସାକୁ ପହଞ୍ଚିଛି। ତେବେ ମଙ୍ଗଳବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬ ପଇସା ଶସ୍ତା ହୋଇଥିବା ବେଳେ ପେଟ୍ରେଲ ୧୫ ପଇସା ଶସ୍ତା ହୋଇଥିଲା।

   Related Posts