ଏଥିଲାଗି ଦେଶରେ ବଢିପାରେ ପେଟ୍ରୋଲ ଓ ଡିଜେଲ ଦର

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ : ଅଶୋଧିତ ତୈଳ ଉତ୍ପାଦକ ଓ ରପ୍ତାନୀକାରୀ ଦେଶଙ୍କ ସଙ୍ଗଠନ (ଓପେକ୍) ପୁଣି ଦୈନିକ ୫ଲକ୍ଷ ବ୍ୟାରଲ ତୈଳ ଉତ୍ପାଦନ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି। ଅତୀତରେ ଓପେକ୍‌ଙ୍କ ଏଭଳି ନିଷ୍ପତ୍ତି ଯୋଗୁ ବ୍ରେଣ୍ଟକ୍ରୁଡ ବ୍ୟାରଲ ପିଛା ଦର ପ୍ରାୟ ୪ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଏଣୁ ଏବେ ପୁଣି ତୈଳ ଦର ବୃଦ୍ଧିର ଆଶଙ୍କା କରାଯାଉଛି। ଯଦି ଏଭଳି କିଛି ହୁଏ ତେବେ ଅଶୋଧିତ ତୈଳ ଦର ବୃଦ୍ଧି ହେବା ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଏବେ ଆଶଙ୍କା କରାଗଲାଣି। କାରଣ ଭାରତ ତାର ସମ୍ପୂର୍ଣ୍ଣ ଇନ୍ଧନ ଆବଶ୍ୟକତା ଆମଦାନୀରୁ ହିଁ ପୁରଣ କରେ। ଏଣୁ ଭାରତୀୟ ବଜାରରେ ଏବେ ତୈଳମୂଲ୍ୟ ବୃଦ୍ଧି ଆଶଙ୍କା ଦେଖା ଦେଇଛି।

{"id":195385,"sizeSlug":"large"}

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟକ୍ରୁଡ ପ୍ରତି ବ୍ୟାରଲ ଦର ଗତ ସପ୍ତାହରେ ୬୪.୮୮ ଡଲାରରେ ପହଞ୍ଚିଥିଲା। ଅଶୋଧିତ ତୈଳ ବଜାରରେ ଏହି ଦର ସେପ୍ଟେମ୍ବର ୨୩ ତାରିଖ ପରେ ସବୁଠାରୁ ଉଚ୍ଚ ଦର ଥିଲା। ତେବେ ଆଗାମୀ ଜାନୁୟାରୀରୁ ଓପେକ ତାଙ୍କର ଉତ୍ପାଦନ ହ୍ରାସ ନିଷ୍ପତ୍ତି ଲାଗୁ କରିବେ ବୋଲି ଜଣାପଡିଛି। ଫଳରେ ଓପେକର ମୋଟ ଉତ୍ପାଦନ ହ୍ରାସ ପରିମାଣ ଦୈନିକ ୧୭ଲକ୍ଷ ବ୍ୟାରେଲରେ ପହଞ୍ଚିବ। କାରଣ ପୂର୍ବରୁ ଓପେକ ଦୈନିକ ୧୨ଲକ୍ଷ ବ୍ୟାରଲ ଉତ୍ପାଦନ ହ୍ରାସ କରିଥିଲେ। ଏଣୁ ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ପଡିବା ଏବେଠାରୁ ନିଶ୍ଚିତ ହୋଇ ଗଲାଣି।

{"id":195386,"width":577,"height":392,"sizeSlug":"large"}

ଏହା ଛଡା ଆହୁରି ଏକ ସଂକଟ ମଧ୍ୟ ତୈଳ ବଜାର ଉପରେ ଥିବା ଏଞ୍ଜେଲ ବ୍ରୋକିଂର ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନୁଜ ଗୁପ୍ତା କହିଛନ୍ତି। ତାହା ହେଉଛି ଚୀନ ଓ ଆମେରିକାଙ୍କ ବ୍ୟବସାୟୀକ ସମ୍ପର୍କ। ଯଦି ଆମେରିକା ଓ ଚୀନ ମଧ୍ୟରେ ହେବାକୁ ଥିବା ବାଣିଜ୍ୟିକ ଚୁକ୍ତି ଆଲୋଚନା ସଫଳ ହୁଏ ତେବେ ତୈଳର ଚାହିଦା ବୃଦ୍ଧି ହେବା ସହ ବ୍ରେଣ୍ଟକ୍ରୁଡ ପ୍ରତି ବାରଲ ଦର ୭୦ ଡଲାର ଛୁଇଁବ। ଏବେ ଟେକ୍ସାସର ଲାଇକ୍ରୁଡର ବାରଲ ପିଛା ଦର ୬୦ ଡଲାରରୁ ବି କମ ରହୁଛି। ହେଲେ ଯଦି ଚାହିଦା ବଢେ ତେବେ ଏହା ୬୦ରୁ ୬୫ ଡଲାରରେ ପହଞ୍ଚିପାରେ ବୋଲି ଗୁପ୍ତା କହିଛନ୍ତି। ଯଦି ଏପରି ପରିସ୍ଥିତି ଉପୁଜେ ତେବେ ଭାରତରେ ଇନ୍ଧନ ମୂଲ୍ୟ ଅନେକ ବଢିଯିବାର ଏବେ ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.