ପୁଣି ବଢିଲା ତେଲ ଦର
8/08/2018 at 7:05 AM

ଭୁବନେଶ୍ୱର ୮/୮ : ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ହୋଇଛି । ଦୁଇ ମାସରେ ସର୍ବୋଚ୍ଚ ସ୍ତର ଛୁଇଁଛି ତେଲ ଦର । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୭ଟଙ୍କା ୬ପଇସା ଏବଂ ଡିଜେଲ ଦର ୬୮ଟଙ୍କା ୫୦ପଇସା ହୋଇଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୦ପଇସା ବୃଦ୍ଧି ହୋଇଛି । ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୬ଟଙ୍କା ୧୧ପଇସା ହୋଇଛି ଏବଂ ଡିଜେଲ ଲିଟର ପିଛା ୭୭ଟଙ୍କା ୫୩ପଇସା ହୋଇଛି । ଦୀର୍ଘ ଦୁଇ ମାସ ପରେ ପେଟ୍ରୋଲ କମ୍ପାନୀ ମାନେ ଏହି ଦର ବୃଦ୍ଧି କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଲାଗି ସରକାରଙ୍କ ପରିଚାଳିତ ତୈଳ କମ୍ପାନୀ ଦର ବୃଦ୍ଧି କରିଥିବା ଜଣାପଡିଛି ।