ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବିଗିଡିଲା ରୋଷେଇଶାଳ ବଜେଟ୍, ଦର ଯୋଗୁ ଛୁଇଁ ହେଉନି କଞ୍ଚା ପନିପରିବା

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: କ୍ରମାଗତ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ଖାଉଟିଙ୍କ ପକେଟ ଉପରେ ପଡୁଛି। ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ବଜାରରେ ପନିପରିବା ଦର ଆକାଶ ଛୁଇବା ମଧ୍ୟବିତ୍ତଙ୍କ ରୋଷେଇଶାଳ ବଜେଟ୍‌ ବିଗିଡିବାରେ ଲାଗିଛି। ଗତ ମେ ପ୍ରଥମ ସପ୍ତାହରେ ୫ଟି ରାଜ୍ୟର ବିଧାନସଭ ନିର୍ବାଚନ ଭୋଟଗଣନା ହୋଇଥିଲା। ତା ପରଠାରୁ ଏପର୍ଯ୍ୟନ୍ତ ତୈଳ କମ୍ପାନୀମାନେ ୨୫ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କଲେଣି। ଫଳରେ ଟ୍ରାନ୍ସପୋର୍ଟରେ ଆସୁଥିବା ପନିପରିବା, ଫଳ ଓ ଅନ୍ୟ ସାମଗ୍ରୀର ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି।

{"id":466566,"sizeSlug":"large","linkDestination":"none"}

ସବୁ ରାଜ୍ୟ ପନିପରିବା ଆମଦାନୀ କରୁଛନ୍ତି। ଏଣୁ ସେସବୁ ଟ୍ରାନ୍ସପୋର୍ଟ ମାଧ୍ୟମରେ ଗଦ୍ଦିକୁ ଆସୁଛି। ଇନ୍ଧନର ଦର ବୃଦ୍ଧି ଯୋଗୁ ପରିବହନ ଭଡ଼ା ବୃଦ୍ଧି ଏବେ ଦରଦାମବୃଦ୍ଧିର କାରଣ ପାଲଟିଛି। ଏଣୁ ଆଳୁ, ପିଆଜ, ବିନ୍ସ, ବରଗୁଡି ଆଦି ପରିବା ଦର ଅନେକମାତ୍ରାରେ ବଢିଯାଇଥିବା ବ୍ୟବସାୟୀ କହୁଛନ୍ତି। ଏପଟେ ପରିବା ଦର ବଢୁଥିବା ବେଳେ ସେପଟେ ଲୋକେ ଖର୍ଚ୍ଚ କାଟ କରିବାରେ ଲାଗିଛନ୍ତି। ଉଚ୍ଚ ଦର ଯୋଗୁ ଲୋକେ କମ୍‌ କିଣିବା  ବ୍ୟବସାୟୀଙ୍କୁ ମଧ୍ୟ ସେହି ଅନୁସାରେ ପଦକ୍ଷେପ ନେବାକୁ ପଡୁଛି। ଏଥିରେ ପରିବା ବେପାର କରି ପେଟ ପୋଷିବା ଏବେ ଆଉ ସମ୍ଭବ ନୁହେଁ ବୋଲି ପରିବା ବ୍ୟବସାୟୀ କହୁଛନ୍ତି।

{"id":466567,"sizeSlug":"large","linkDestination":"none"}

କେବଳ ପନିପରିବା ନୁହେଁ ଖାଉଟି ସାମଗ୍ରୀ ମଧ୍ୟ ଏବେ ଚିନ୍ତାର କାରଣ ହେଲାଣି।  ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବେ ଖାଉଟିଙ୍କ ପହଞ୍ଚ ବାହାରକୁ ଯିବାରେ ଲାଗିଲାଣି। ଗୋଟିଏ ପଟେ କରୋନା ଯୋଗୁ ଲକଡାଉନ କାମଧନ୍ଦା ବନ୍ଦ କରି ରଖିଥିବା ବେଳେ ମୂଲ୍ୟ ବୃଦ୍ଧି ଲୋକଙ୍କ ସଞ୍ଚୟ ସମାପ୍ତ କରିବାରେ ଲାଗିଛି। ଏବେ ପରିସ୍ଥିତି ଏପରି ଯେ ବାକି ଅଧିକ ନଗଦ କାରବାର କମିବାରେ ଲାଗିଛି। ଫଳରେ ବ୍ୟବସାୟୀ ମଧ୍ୟ ଗୁରୁତର ସଂକଟର ଅନୁଭବ କରୁଛନ୍ତି। ଉଲ୍ଲେଖ ଯୋଗ୍ୟଯେ ଗତ ସୋମବାର ତୈଳ କମ୍ପାନୀମାନେ ଡିଜେଲ ପ୍ରତି ଲିଟର ୩୦ରୁ ୩୧ ପଇସା ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ମୂଲ୍ୟରେ ୨୮ରୁ ୨୯ ପଇସା ପର୍ଯ୍ୟନ୍ତ ବଢାଇଥିଲେ। ଫଳରେ ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର କରିଥିବା ବେଳେ ଡିଜେଲ ୧୦୦ ଟଙ୍କାକୁ ଧାପ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.