ଏବେ ଦିଲ୍ଲୀରେ ବି ମହଙ୍ଗା ହେଲା ପେଟ୍ରୋଲ, ଲିଟର ପିଛା ଦର ଟପିଲା ୧୦୦ ଟଙ୍କା

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭।୭: ତୈଳ କମ୍ପାନୀମାନେ ବୁଧବାର ପୁଣି ଥରେ ଇନ୍ଧନ ଦର ସଂଶୋଧନ କରିଛନ୍ତି। ଏଥିରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ୧୭ ପଇସା ମହଙ୍ଗା ହୋଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କାକୁ ଟପିଛି। ଏବେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ୨୧ ପଇସା ଦରରେ ବିକ୍ରି ହେଉଛି। ସେହିପରି ଡିଜେଲ ଲିଟଲ ପିଛା ଦର ୮୯ଟଙ୍କା ୫୩ ପଇସାକୁ ପହଞ୍ଚିଛି। ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାର କରିବାରେ ଦିଲ୍ଲୀ ଦେଶର ଶେଷ ମହାନଗର। ପୂର୍ବରୁ ଅନ୍ୟ ମହାନଗରୀୟ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି।

{"id":477028,"sizeSlug":"large","linkDestination":"none"}

ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ବେଙ୍ଗାଲୁର ଓ ପୁଣେରେ ଅନେକ ସମୟରୁ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର କରିସାରିଛି। ତେବେ ବୁଧବାର ଦର ବୃଦ୍ଧିରେ କୋଲକାତା ମହାନଗରରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କାକୁ ଟପିଛି। କୋଲକାତାରେ ଲିଟର ପିଛା ପେଟ୍ରୋଲ ଏବେ ୧୦୦ଟଙ୍କା ୨୩ ପଇସା ଦରରେ ବିକ୍ରି ହେଉଛି। ତୈଳ ରପ୍ତାନୀକାରୀ ଦେଶଙ୍କ ସଙ୍ଗଠନ ଓପେକ୍‌ ମାସିକ ଉତ୍ପାଦନ ବୃଦ୍ଧି ପ୍ରସ୍ତାବକୁ ବର୍ତ୍ତମାନ ଲାଗି ଟାଳି ଦେବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ଦୈନିକ ୪ଲକ୍ଷ୍ୟ ବାରଲ କ୍ରୁଡ ଉତ୍ପାଦନ ଲାଗି ଓପେକକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଓପେକ୍‌ ଏଥିରେ ସହମତ ହୋଇ ନଥିବାରୁ ବ୍ରେଣ୍ଟ କ୍ରୁଡ ବାରଲ ପିଛା ଦର ୭୮ ଡଲାର ପାର କରିଛି।

{"id":477034,"width":838,"height":558,"sizeSlug":"large","linkDestination":"none"}

ତେବେ ତୈଳ ଦରରେ ଉପୁଜିଥିବା ପରିସ୍ଥିତି ଏତେ ଶୀଘ୍ର ହ୍ରାସ ହେଉଥିବା ପରି ମନେ ହେଉ ନାହିଁ। କାରଣ ଇରାନର ରପ୍ତାନୀ ଉପରେ ଆମେରିକା ଜାରି କରିଥିବା କଟକଣା ହୁଏତ ଏବେ ହଟି ନପାରେ। ଏଣୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦରକୁ ନେଇ ଉପୁଜିଥିବା ପରିସ୍ଥିତିରେ ଭାରତ ମଧ୍ୟ ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହୋଇଛି। ମୁମ୍ବାଇରେ ଏବେ ପେଟ୍ରୋଲ ପ୍ରତି ଲିଟର ୧୦୬ଟଙ୍କା ୨୫ ପଇସା ଦରରେ ବିକ୍ରି ହେଉଥିବା ବେଳେ ଚେନ୍ନାଇରେ ୧୦୧ଟଙ୍କା ୬ ପଇସା ଦରରେ ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲର ଖୁଚୁରା ବିକ୍ରି ମୂଲ୍ୟରେ ୫୫ ପ୍ରତିଶତ କରର ଭାଗିଦାରୀ ରହିଛି। ଏଥିରେ ପ୍ରତି ଲିଟର ପେଟ୍ରୋଲରୁ ଉତ୍ପାଦ ଶୁଳ୍କ ଆକାରରେ କେନ୍ଦ୍ର ସରକାର ୩୨ଟଙ୍କା ୯୦ ପଇସା ନେଉଥିବା ବେଳେ ଭାଟ ବାବଦକୁ ୨୨ଟଙ୍କା ୮୦ ପଇସା ଦିଲ୍ଲୀ ସରକାର ନେଉଛନ୍ତି। ସେହିପରି ଡିଜେଲ କୁଚୁରା ମୂଲ୍ୟରେ ୫୦ ପ୍ରତିଶତ କାର ଭାଗିଦାରୀରେ ଯାଉଛି। ଏଥିରୁ ୁତ୍ପାଦ ଶୁଳ୍କ ଆକାରରେ କେନ୍ଦ୍ର ସରକାର ୩୧ଟଙ୍କା ୮୦ ପଇସା ଆଦାୟ କରୁଥିବା ବେଳେ ଭାଟ ଭାବଦକୁ ରାଜ୍ୟ ସରକାର ୧୩ଟଙ୍କା ୪ ପଇସା ଆଦାୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.