ପୁଣି କମିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ, ଜାଣନ୍ତୁ କେତେ ହେଲା ଶସ୍ତା

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୩:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ମଙ୍ଗଳବାର ହୋଲି ଅବସରରେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ସଂଶୋଧିତ ଦର ମଙ୍ଗଳବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ଏଥିରେ ରାଜଧାନୀ ଦିଲ୍ଲୀରେ ପ୍ରତିଲିଟର ପେଟ୍ରୋଲ ଆଉ ୩୦ ପଇସା ଶସ୍ତା ହୋଇଥିବା ବେଳେ ଡିଜେଲ ମୂଲ୍ୟ ୨୫ ପଇସା କମିଛି। ଇଣ୍ଡିଆନ ଅଏଲ ୱେବ୍‌ସାଇଟ୍ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ହ୍ରାସ ହୋଇ ଯଥାକ୍ରମେ ପ୍ରତି ଲିଟର ୭୦ଟଙ୍କା ୨୯, ୭୨ଟଙ୍କା ୯୮, ୭୫ଟଙ୍କା ୯୯ ଓ ୭୩ଟଙ୍କା ୨ ପଇସା ଦରରେ ବିକ୍ରି ହେଉଛି।

{"id":235921,"sizeSlug":"large"}

ସେହିପରି ଡିଜେଲ ପ୍ରତି ଲିଟର ଯଥାକ୍ରମେ ୬୩ଟଙ୍କା ୧, ୬୫ଟଙ୍କା ୩୪, ୬୫ଟଙ୍କା ୯୭ ଓ ୬୬ଟଙ୍କା ୪୮ ପଇସା ଦରରେ ବିକ୍ରି କରାଯାଉଛି। ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଡବ୍ଲୁଟିଆଇ କ୍ରୁଡ ପ୍ରତି ବାରଲ ୨୮ ଡଲାର ହ୍ରାସ ହୋଇଥିବା ବେଳେ ବ୍ରେଣ୍ଟ କ୍ରୁଡ ୩୨ ଡଲାର ତଳେ କାରବାର କରିଥିଲା।

{"id":235922,"sizeSlug":"large"}

ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ଗତ ୪ ଦିନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ଦରରେ୧ଟଙ୍କା ୧୫ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଡିଜେଲ ଦର ୧ ଟଙ୍କା ୨ ପଇସା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଦେଶରେ ତୈଳ ମାର୍କେଟିଂ କମ୍ପାନୀମାନେ ଏବେ ତୈଳ ମୂଲ୍ୟ ହ୍ରାସ ପରେ ପ୍ରତିଦିନ ଦର ସମୀକ୍ଷା କରୁଛନ୍ତି। ପ୍ରତି ଦିନ ସକାଳ ୬ଟାରେ ନୂଆ ଦର ସାରା ଦେଶରେ ଲାଗୁ ହେଉଛି। ନୂଆ ମୁଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଶୁଳ୍କ ଲାଗୁ ହେବା ପରେ ନୂଆ ଦରରେ ବିକ୍ରି ହେଉଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.