ଜଓ୍ଵାଦ ଦୁର୍ବଳ ପରେ ବି ଲଗାଣ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା: ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ, ବର୍ଷକର ପରିଶ୍ରମ ଧୂଳିସାତ

Published By : Prameya-News7 Bureau | December 05, 2021 IST

ଭୁବନେଶ୍ଵର ୦୫।୧୨: ଜୱାଦ ସିନା ଦୁର୍ବଳ ହୋଇଛି ହେଲେ  ଲଗାଣ ବର୍ଷା ବଢାଇଛି ଚାଷୀଙ୍କ ଚିନ୍ତା । ବର୍ଷା ପାଣି କ୍ଷେତରେ ଜମି ରହିବା ଯୋଗୁଁ ଧାନ ଫସଲ, ପନିପରିବା ଚାଷ ପ୍ରଭାବିତ ହୋଇଛି । ଧାନ ଓ ପରିବା ବିଲରେ କେଉଁଛି ୩ ଫୁଟ ତ ଆଉ କେଉଁଠି ୪ ଫୁଟର ପାଣି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ଚାରିଆଡେ ପାଣି । ବିଶେଷକରି ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାନ ସମ୍ମୁଖୀନ ହୋଇଛନ୍ତି।

{"id":554824,"sizeSlug":"full","linkDestination":"none"}

ବାତ୍ୟା ଜୱାଦ ପାଇଁ ଲଗାଣ ବର୍ଷା ଯୋଗୁଁ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ । ଲଗାଣ ବର୍ଷାରେ ଏବେ ବିଲରେ ଆଣ୍ଠୁଏ ଲେଖାଏଁ ପାଣି । ଧାନ ଫସଲ ପାଣିରେ ଭାସୁ ଥିବାବେଳେ ପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ । ଯେଉଁଠି ପାଚିଲା ଧାନ କ୍ଷେତରେ ଲହଡି ଭାଙ୍ଗୁ ଥିଲା ଏବେ ସେଠାରେ ୩ ରୁ ୪ ଫୁଟର ବର୍ଷା ପାଣି ଲହଡି ଖେଳୁଛି ।  ଏ ହେଉଛି କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳର ଦୃଶ୍ୟ । ଲଗାଣ ବର୍ଷା ଚାଷୀର ବର୍ଷଯାକର ପରିଶ୍ରମକୁ ଧୁଳିସାତ କରି ଦେଇଛି । ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଧାନ, ପରିବା ଫସଲ ଭାସୁଛି । ଧାନ କେଣ୍ଡା ଗୁଡିକ ନଇଁପଡି ପାଣିରେ ଲୋଟୁଛି । ଧାନ ବିଲରୁ ଧାନ ଫସଲ ପାଇବାକୁ ଆଶା ରଖିଥିବା ଚାଷୀ ଏବେ ସେଠାରୁ ମାଛ ଧରୁଥିବା ଦୃଶ୍ୟ ବି ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ମଧ୍ୟ ଧାନ ବିଲ ସହ ପରିବା ଚାଷକୁ ଉଜାଡି ଦେଇଛି ଲଗାଣ ବର୍ଷା । ଧାର କରଜ କରି ଚାଷୀ କରିଥିବା ଫସଲ ନଷ୍ଟ ପରେ କଣ ଖାଇବ ଓ କେମିତି କରଜ ଶୁଝିବ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ।

{"id":554825,"sizeSlug":"full","linkDestination":"none"}

ବର୍ଷା ଯୋଗୁଁ ଉପକୂଳ ଅଞ୍ଚଳର ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି ।  ବ୍ରହ୍ମପୁରରୁ ହେଉକି ଭଦ୍ରକ, ଆଠଗଡ ହେଉକି ଚାନ୍ଦବାଲି ସବୁଠି ଚାଷୀଙ୍କ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂପୁର,ପୁରୀ, ବାଲେଶ୍ବର, ଖୋର୍ଦ୍ଧା  ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । (ୱିଣ୍ଡୋ କରିବେ)  କେଉଁଠି ଚାଷୀ ବିଲରୁ ପାଣି କାଟି କିଛି ଫସଲ ବଞ୍ଚାଇବାକୁ ଚେଷ୍ଟା କରୁଛି ତ ଆଉ କେଉଁଠି ବର୍ଷାକୁ ଖାତିର ନକରି ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ବୁହାଇବାରେ ଲାଗିଛି । ଧାନ ବିଲରୁ ପରିବା କ୍ଷେତ ସବୁଠି ଜଳବନ୍ଦୀ ଅବସ୍ଥା ।

{"id":554826,"sizeSlug":"full","linkDestination":"none"}

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଦ୍ବାରା, ରାସ୍ତାଘାଟ ଚାରି ଆଡେ କେବଳ ପାଣି ଆଉ ପାଣି ।  ପ୍ରବଳ ବର୍ଷା ସାଙ୍ଗକୁ ହାଲୁକା ପବନ ଚାଳ ଘରେ ରହୁଥିବା ଲୋକଙ୍କ ଦୁର୍ଦ୍ଦିନକୁ ଅଧିକ ବଢାଇ ଦେଇଛି । ପ୍ରବଳ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ୨ ଫଟୁର ପାଣି ଜମି ରହିଛି । ASI ପକ୍ଷରୁ ତିନିଟି ମଟର ଲଗାଯାଇ ପାଣି କାଢିବାକୁ ଚେଷ୍ଟା କରାଯାଇଛି । ଆଜି ମନ୍ଦିର ବୁଲିବାକୁ ଅଳ୍ପ ପର୍ଯ୍ୟଟକ ଆସିଥିଲେ ବି ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଣାର୍କ NACର ବିଭିନ୍ନ ୱାର୍ଡର ଲୋକେ ପାଣି ଘେରରେ ରହିଛନ୍ତି । କୋହଲା ପାଗ ଯୋଗୁଁ ଭୁବନେଶ୍ବର ଓ କଟକରେ ପ୍ରାୟତଃ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳପ୍ରଚଳ ବହୁତ କମ୍ ରହିଛି । ବର୍ଷା ଛାଡିବା ପରେ ଚାଷୀଙ୍କ କ୍ଷତି ଆକଳନ କରି ପ୍ରଶାସନ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.