ରାଫେଲ୍ ଡିଲ୍ ମାମଲା : ରାହୁଲ କ୍ଷମା ମାଗନ୍ତୁ କହିଲେ ଅମିତ ଶାହା
14/12/2018 at 2:53 PM

ନୂଆଦିଲ୍ଲୀ ୧୪|୧୨: ରାଫେଲ ଡିଲ୍ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରେସମିଟ୍ରେ ଅମିତ କହିଛନ୍ତି ନିଜ ଦଳର ଫାଇଦା ପାଇଁ ମିଥ୍ୟା ଆରୋପ ଲଗାଇଥିଲେ ରାହୁଲ । ସୁପ୍ରିମକୋର୍ଟଙ୍କ ରାୟରୁ ତାହା ସ୍ପଷ୍ଟ ପ୍ରମାଣିତ ହୋଇଗଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଦେଶବାସୀଙ୍କୁ ତୁରନ୍ତ କ୍ଷମା ମାଗିବା ଉଚିତ୍ । ଦେଶର ସୁରକ୍ଷା ଦିଗକୁ ରାହୁଲ ଭୁଲିଯାଇଛନ୍ତି । ସେନା ଓ ଦେଶବାସୀଙ୍କୁ ରାହୁଲ ତୁରନ୍ତ କ୍ଷମା ମାଗନ୍ତୁ । କେଉଁ ସୁତ୍ରରୁ ରାଫେଲ୍ ଡିଲ୍ ନେଇ ମିଥ୍ୟା ସୂଚନା ପାଇଲେ ତାହା ଜଣାନ୍ତୁ । ଦେଶର ସବୁ କିଣାବିକାରେ ସ୍ବଚ୍ଛତା ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Related Posts
ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ
18 January 2021