Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଗୁଗଲ ରାଡାରରେ ଜୋମାଟୋ ଓ ସ୍ବିଗି, ପ୍ଲେ-ଷ୍ଟୋର ନିୟମ ଉଲ୍ଲଘଂନ ଅଭିଯୋଗରେ ପଠାଇଲା ନୋଟିସ୍

1/10/2020 at 4:08 PM

ନୂଆଦିଲ୍ଲୀ ୦୧/୧୦: ଗୁଗଲ ଏବେ ଏକପ୍ରକାର ରାଜୁତି ଆରମ୍ଭ କରିଛି। ପ୍ରଥମେ ପେଟିଏମ୍ ଏବେ ଜୋମାଟୋ ଓ ସ୍ବିଗିକୁ ଟାର୍ଗେଟ କରିଛି ଗୁଗଲ। ଗୁଗଲ ଏବେ ଫୁଡ୍ ଡେଲିଭରି ଆପ୍ ଜୋମାଟୋ ଓ ସ୍ବିଗି ଉପରେ ପ୍ଲେ-ଷ୍ଟୋର ଗାଇଡଲାଇନ୍ସ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି। ଗୁଗଲ ଏହି ଦୁଇ କମ୍ପାନିକୁ ଏ ନେଇ ନୋଟିସ ପଠାଇ ତାର ଗେମିଙ୍ଗ ଫିଚର୍ସ ଉପରେ ଆପତ୍ତି ଉଠାଇଛି। ଏ ନୋଟିସ ପରେ ବିବାଦ ଏବେ ତୀବ୍ର ରୂପ ନେଇଛି। ତେବେ ଏହା ପୂର୍ବରୁ ଗୁଗଲ ପେଟିଏମକୁ ଏଭଳି କହି ତା ପ୍ଲେ-ଷ୍ଟୋରରୁ ହଟାଇ ଦେଇ ଥିଲା।

ତେବେ ଜୋମାଟୋ ଗୁଗଲଠାରୁ ନୋଟିସ୍ ମିଳିଥିବା ସ୍ବୀକାର କରିଛି। ଏ ନୋଟିସ୍ ଏକଦମ ଭୁଲ ବୋଲି କହିଛି ଜୋମାଟୋ। କମ୍ପାନି କହିଛି, ‘ଆମ କମ୍ପାନି ଛୋଟ। ପୂର୍ବରୁ ହିଁ ବ୍ୟବସାୟ ରଣନୀତିକୁ ଗୁଗଲ ଗାଇଡଲାଇନ୍ସ ହିସାବରେ ରଖିଛୁ। କମ୍ପାନ କହିଛି ଯେ ଗୁଗଲ ଜୋମାଟୋ ପ୍ରିମିୟର ଲିଗକୁ ଏହି ସପ୍ତାହ ଶେଷ ସୁଦ୍ଧା ଅନ୍ୟ କାର୍ଯ୍ୟକ୍ରମରେ ପରିବର୍ତନ କରି ଦେବ।

ଏବେ ସୁଦ୍ଧା ଏ ଘଟଣାକୁ ନେଇ ସ୍ବିଗି ତରଫରୁ କିଛି ଉତ୍ତର ମିଳି ନାହିଁ। ସୂତ୍ର ଅନୁସାରେ କମ୍ପାନି ଗୁଗଲ ସହ ଏହି ମାମଲା ବାବଦରେ ଆଲୋଚନା କରୁଛି। ଗୁଗଲ ମଧ୍ୟ ଏ ମାମଲାରେ ଏବେ ସୁଦ୍ଧା କିଛି କହି ନାହିଁ।

ସୂଚନାଯୋଗ୍ୟ କିଛି କମ୍ପାନି ଆଇପିଏଲ ଯୋଗୁ ଗେମିଫିକସେନ ଫିଚର୍ସ ବ୍ୟବହାର କରୁଛନ୍ତି। ଯାହା ଦ୍ବାରା ସେମାନଙ୍କ ବିକ୍ରି ବଢ଼ୁଛି। ସେପ୍ଟେମ୍ବର ୧୮ରେ ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମକୁ ହଟାଇ ଥିଲା। ଗୁଗଲ କହିଥିଲା କମ୍ପାନି କୌଣସି ଜୁଆ କେଳକୁ ପ୍ରୋତ୍ସାହିତ କରେ ନାହିଁ। ତେବେ ଏ ମାମଲାରେ ପେଟିଏମ ମଧ୍ୟ ଗୁଗଲକୁ ଛାଡି ନ ଥିଲା। ଅର୍ଥାତ ପେଟିଏମ ମଧ୍ୟ ଗୁଗଲକୁ ଟାର୍ଗେଟ କରିଥିଲା।

ମଙ୍ଗଳବାର ଗୁଗଲ କହିଛି ପ୍ଲେ-ଷ୍ଟୋର ଜରିଆରେ ଯେଉଁ ଆପ୍ ଡିଜିଟାଲ କଣ୍ଟେଣ୍ଟ ବିକ୍ରି କରୁଛନ୍ତି ସେମାନଙ୍କୁ ଗୁଗଲ ପ୍ଲେ ବିଲିଙ୍ଗ ସିଷ୍ଟମର ବ୍ୟବହାର କରିବାକୁ ହେବ। ଏହା ବ୍ୟତୀତ ଆପ୍‌ କିଣା ହେବା ପରେ କିଛି ଫି’ ମଧ୍ୟ ଦେବାକୁ ହେବ। ଏହା ପରେ ଅନେକ ଷ୍ଟାର୍ଟଅପ ଗୁଗଲର ଉପରେ କ୍ରୋଧ ବ୍ୟକ୍ତ କରିଛନ୍ତି। ଭାରତୀୟ ଷ୍ଟାର୍ଟଅପ୍ ଏବେ ଦାବି କରୁଛନ୍ତି ଯେ ଗୁଗଲ ପ୍ଲେ-ଷ୍ଟୋର ଉପରୁ ନିର୍ଭରତାକୁ ଶେଷ କରାଯାଉ।

   Related Posts