Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗ୍ରହ-ନକ୍ଷତ୍ର ଦେଖି କାହିଁକି ସ୍ଥିର କରାଯାଇଥାଏ ବିବାହ ମୁହୂର୍ତ୍ତ : ଜାଣନ୍ତୁ କ’ଣ କାରଣ…

9/12/2019 at 12:24 PM

ଭାରତରେ ବିବାହ ବର-କନିଆଁଙ୍କ ସହ ତାଙ୍କ ପରିବାର ଲୋକଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ। ବିବାହ ପୂର୍ବରୁ ଏବଂ ପରେ ବହୁତ ଦିନ ଯାଏଁ ଏହା ସମସ୍ତଙ୍କର ଆଲୋଚନାର ବିଷୟ ହୋଇଥାଏ। ପ୍ରତ୍ୟେକ ସଦସ୍ୟ ବିବାହ ପାଇଁ  ସୁନ୍ଦର ଶାଢ଼ୀ ଏବଂ ଗହଣା ପିନ୍ଧି ଭଲ ବେଶଭୂଷା ହୋଇ ବିବାହରେ ଯୋଗ ଦେଇଥାଆନ୍ତି। ଭାରତୀୟ ବିବାହରେ ସାଜସଜ୍ଜା ଆଗରେ ବଡ଼ ବଡ଼ ପର୍ବପର୍ବାଣି ମଧ୍ୟ ଫିକା ପଡ଼ିଯାଇଥାଏ।

ଭାରତରେ ବିବାହ ରୀତିକୁ ପବିତ୍ର ବୋଲି କୁହାଯାଇଥାଏ। ଏଥିପାଇଁ ସମସ୍ତ ରୀତିନୀତି ଏବଂ ପରମ୍ପରାକୁ ଧ୍ୟାନ ସହକାରେ ପାଳନ କରାଯାଇଥାଏ। ବିବାହ ଦିନ କିମ୍ବା ଏହା ପୂର୍ବରୁ ଏବଂ ପରେ ମଧ୍ୟ ଅନେକ ରୀତିନୀତି ଏପରି ଥାଏ ଯାହା ବିନା କାର୍ଯ୍ୟକ୍ରମ ଅଧୁରା ରହିଥାଏ।

ବିବାହ ଏକ ନୂଆ ଏବଂ ସୁନ୍ଦର ଜୀବନର ଆରମ୍ଭ ହୋଇଥାଏ। ଏଥିପାଇଁ ବର ଏବଂ କନିଆଁ,ଉଭୟଙ୍କ ପରିବାର ଏହି ଅବସରକୁ ବଡ଼ ଏବଂ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏପରି ବିଶ୍ବାସ ରହିଛି ଯେ ବିବାହ ମୁହୂର୍ତ୍ତ ଏକ ଏପରି ଶୁଭ ତାରିଖ ଏବଂ ସମୟ ଯେଉଁଥିରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କ ସୁଖୀ ଏବଂ ବୈବାହିକ ଜୀବନର ଶୁଭାରମ୍ଭ ହୋଇଥାଏ। ବିବାହ ଦିନ ଖାସ କରି ବିବାହ ମୁହୂର୍ତ୍ତରେ ଘରେ କେହି କାନ୍ଦିନଥାଆନ୍ତି।

ଭାରତୀୟ କନିଆଁର ପରିଚୟ ତା’ର ପାରମ୍ପରିକ ସୌନ୍ଦର୍ଯ୍ୟ ଏବଂ ଗରିମା ହୋଇଥାଏ। ମୁହୂର୍ତ୍ତ ବିବାହର ସବୁଠୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହୋଇଥାଏ। ଏଥିପାଇଁ ସବୁକିଛି ଠିକ୍ ଭାବରେ ହେବା ଜରୁରୀ।

   Related Posts