ବ୍ରାଣ୍ଡ ଅସଲି ହେଲେ ମାଲ୍ ନକଲି, ବଜାରରେ ମିଳୁଛି ନକଲି ନଡିଆ ତେଲ: ପାମ୍ ଅଏଲ ଏବଂ ପାରାଫିନ ମିଶାଇ ଲୋକଙ୍କୁ ଠକୁଛନ୍ତି କଂପାନୀ

Published By : Prameya-News7 Bureau | September 08, 2019 IST

 ସାବଧାନ୍ । ରନ୍ଧା ତେଲ ଭଳି ଏବେ ବଜାରରେ ମିଳୁଛି ଅପମିଶ୍ରିତ ନଡିଆ ତେଲ । ଆପଣ ଯାହାକୁ ଅସଲି ତଥା ଶୁଦ୍ଧ ନଡିଆ ତେଲ ଭାବି ବ୍ୟବହାର କରୁଛନ୍ତି ତାହା ବାସ୍ତବରେ ଅସଲି ନୁହେଁ ବରଂ ନକଲି ତେଲ । ସବୁଠୁ ବଡ କଥା ହେଲା କି,  ଏହିସବୁ ତେଲରେ ତରଳ ପାରାଫିନ୍ ଏବଂ ପାମ କର୍ନେଲ ଅଏଲ ମିଶାଇ ବିକ୍ରି କରୁଛନ୍ତି କିଛି କଂପାନୀ।

କୋଚ୍ଚି ଅଏଲ ଆସୋସିଏସନ (ସିଓଏମଏ)  ଖାଦ୍ୟ ସୁରକ୍ଷା ନିୟାମକ ନିକଟରେ ଅଭିଯୋଗ କରିଛି କି,  ନଡିଆ ତେଲ ପ୍ରସ୍ତୁତ କରୁଥିବା ଅନେକ  ନାମୀଦାମୀ କଂପାନୀମାନେ  ତେଲରେ ନଡିଆ ତେଲର ମାତ୍ରା ୨୫ ପ୍ରତିଶତରୁ ବି କମ ଦେଉଛନ୍ତି ଆଉ ବାକି ଭାଗ ଅଂଶ ତେଲ ଅପମିଶ୍ରିତ ତେଲରୁ ହିଁ ଫୁଲ୍ କରାଯାଇଥାଏ ।ସିଓଏମଏ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ତଥା ଏଫଏସଏସଆଇ ନିକଟରେ ଅଭିଯୋଗ କରିଛି କେରଳ ବାହାରେ ଥିବା ଅନେକ ତେଲ କଂପାନୀଗୁଡିକ ନିଜର ଉତ୍ପାଦିତ ଦ୍ରବ୍ୟ ଉପରେ କେରା କିମ୍ବା କେରଳ ଭଳି ଶଦ୍ଦର ବ୍ୟବହାର କରି ଏଭଳି ଅପମିଶ୍ରିତ ତେଲ ବିକ୍ରି କରୁଛନ୍ତି । ଯାହା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ସଂଘ ଅନୁରୋଧ କରିଛି ।

ସିଓଏମଏର ଅଭିଯୋଗ ଅନୁସାରେ ଏହି ଅପମିଶ୍ରିତ ତେଲର ବ୍ୟବହାର ମୁଖ୍ୟତଃ କେଶ ତେଲ ଏବଂ ବଡି ଲୋସନ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଛି । ତେଣୁ ଗ୍ରାହକଙ୍କୁ ସତର୍କ କରାଇବା ସହ ଏଭଳି ତେଲ ବିକ୍ରି ଉପରେ ଅତିରୁ ଅତି ଶୀଘ୍ର ରୋକ୍ ଲଗାଇବାକୁ ଏଫଏସଏସଆଇକୁ କହିଛି କୋଚ୍ଚି ଅଏଲ ଆସୋସିଏସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.