Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବଜାରରେ ମିଳୁଥିବା ମୁଗ ଓ ମସୁରୀ ଡାଲିରେ ବିଷାକ୍ତ କେମିକାଲ ମିଶିଥିବା ସ୍ପଷ୍ଟ କଲା ଏଫଏସଏସଏଆଇ

25/10/2018 at 11:53 AM

ନୂଆଦିଲ୍ଲୀ ୨୫|୧୦:  ଡାଲି ବିନା ଭାରତୀୟଙ୍କ  ଖାଇବା ସଂପୂର୍ଣ୍ଣ ହେଉନଥିବା ବେଳେ ଆମେ ଖାଉଥିବା ଡାଲିରେ ଯେ ବିଷାକ୍ତ କେମିକାଲ ମିଶି ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି । ଆଉ ଏହାକୁ ଏଥର ପ୍ରମାଣିତ କରିଛନ୍ତି  ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କର୍ତ୍ତୃପକ୍ଷ ଏଫଏସଏସଏଆଇ । ବଜାରରେ ମିଳୁଥିବା ମୁଗ ଓ ମସୁରୀ ଡାଲିରେ ବେଶୀ ପରିମାଣରେ ବିଷାକ୍ତ କେମିକାଲ ମିଶିଥିବା ଜଣାପଡ଼ିଛି ।ବିଶେଷ କରି କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶରୁ ଆମଦାନୀ ହେଉଥିବା ଡାଲିରେ ବେଶୀ ପରିମାଣରରେ ରାସାୟନିକ ମିଶି ରହିଥିବା ସ୍ପଷ୍ଟ କରିଛି ଏଫଏସଏସଏଆଇ  । ଏବେ ଏହି ଦୁଇ ଦେଶରେ ପ୍ରଚୁର ପରିମାଣରେ ଡାଲି ଉତ୍ପାଦନ ହେଉଥିବା ବେଳେ ଭାରତକୁ ମଧ୍ୟ ଅଧିକ ପରିମାଣରେ ଡାଲି ଆମଦାନୀ କରାଯାଉଛି ।ଡାଲିରେ ଥିବା କେମିକାଲ ଭିତରେ ଅଛି ଗ୍ଲାଇଫୋସେଟ୍ ।ଡାଲି ଚାଷ ହେଉଥିବା ଜମିରେ ଅନାବନା ଗଛ ମାରିବା ପାଇଁ ଏହି ଗ୍ଲାଇଫୋସାଇଟ୍ ବ୍ୟବହାର କରାଯାଇଥାଏ ।ଏହି ଡାଲି ଖାଇବା ସହିତ ଏହି ଗ୍ଲାଇଫୋସେଟ୍ ଯଦି ଆମ ଶରୀରକୁ ଯାଏ ତେବେ ଏହା ଖୁବ୍ କ୍ଷତିକାରକ ।ବିଶେଷ କରି ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ଡାଲିରେ ବେଶୀ ପରିମାଣର ଗ୍ଲାଇଫୋସେଟ୍ କେମିକାଲ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ।ଡାଲିରେ କେତେ ପରିମାଣରର ଗ୍ଲାଇଫୋସେଟ୍ ରହିବା ଉଚିତ୍ ସେ ନେଇ ଭାରତରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିଲେ ମଧ୍ୟ କାନାଡ଼ାରେ ରଖାଯାଇଥିବା ମାନକୁ ନେଇ ଏହା କ୍ଷତିକାରକ ବୋଲି କୁହାଯାଇଛି । ଶରୀରକୁ ଅଧିକ ପରିମାଣର ଗ୍ଲାଇଫୋସେଟ୍ ଗଲେ ଏହା ପ୍ରୋଟିନ ସଂପର୍କିତ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।ଦେହରେ ଏହା ରୋଗ ପ୍ରତିରୋଧକ ଶକ୍ତି କମାଇବା ସହିତ ଆବଶ୍ୟକ ଭିଟାମିନ୍, ମିନେରାଲକୁ ଶରୀର ଗ୍ରହଣ କରିବାକୁ ରୋକିଥାଏ ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କିଛି କିଛି ବର୍ଷ ତଳେ ଗ୍ଲାଇଫୋସେଟ୍କୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଘୋଷଣା କରାଯାଇଥିଲା ।

   Related Posts