ଫଳ ,ପନିପରିବା ଓ ଦୁଗ୍ଧଜାତ ଖାଦ୍ୟ ଖାଇଲେ କମିଥାଏ ବ୍ରେନ୍ ଷ୍ଟ୍ରୋକ ଆଶଙ୍କା

Published By : Prameya-News7 Bureau | March 14, 2020 IST

ଶାକାହାରୀ ଆହାର ସ୍ବାସ୍ଥ୍ୟ ପାଇଁ ଭଲ। ଭାରତୀୟ ପରମ୍ପରାରେ ଏହି ବିଶ୍ବାସ ରହିଆସିଥିବାବେଳେ ଏବେ ବିଜ୍ଞାନଭିତ୍ତିକ ଗବେଷଣାରେ ଆସିଛି ତାହା ସପକ୍ଷରେ କିଛି ଯୁକ୍ତି। ଫଳ, ପନିପରିବା ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ସେବନ ଦ୍ୱାରା ଷ୍ଟ୍ରୋକ ସମ୍ଭାବନା କମିଯାଇଥାଏ | ୟୁରୋପିଆନ ହାର୍ଟ ଜର୍ଣ୍ଣାଲର ଏକ ରିସର୍ଚ୍ଚ ଅନୁଯାୟୀ, ଭିନ୍ନ ଭିନ୍ନ ଖାଦ୍ୟ ସହ ଭିନ୍ନ ଭିନ୍ନ ଆଘାତ ଜଡିତ | ରିସର୍ଚ୍ଚ ଅନୁଯାୟୀ, ଅଧିକ ମାତ୍ରାରେ ଫଳ, ପରିବା ଏବଂ ଦୁଗ୍ଦ ଜାତୀୟ ଖାଦ୍ୟ ଶରୀର ପକ୍ଷେ ଲାଭଦାୟକ | ଏହା ଷ୍ଟ୍ରୋକ ସମ୍ଭାବନା କମ କରିଥାଏ |

୯ଟି ୟୁରୋପିଆନ ଦେଶର ୪ ଲକ୍ଷ ୧୮ ହଜାର ଲୋକଙ୍କ ମଧ୍ୟରେ ଏକ ରିସର୍ଚ୍ଚ କରାଯାଇଥିଲା | ଏମାନଙ୍କ ଉପରେ ଇକ୍ୱେମିକ ନାମକ ବ୍ରେନ ଷ୍ଟ୍ରୋକ ଏବଂ ହେମେର୍ହେଜିକ ଷ୍ଟ୍ରୋକ ପରୀକ୍ଷା କରାଯାଇଥିଲା | ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥିଲା ଯେ, ଅଧିକ ମାତ୍ରାରେ ଫଳ, ପନିପରିବା,କ୍ଷୀର, ଦହି ଇତ୍ୟାଦି ସେବନ କରିବା ଦ୍ୱାରା ଇକ୍ୱେମିକ ଷ୍ଟ୍ରୋକ ସମ୍ଭାବନ କମ ରହିଛି |

ଅଧିକ ମାତ୍ରାରେ ଅଣ୍ଡା ଖାଇବା ଦ୍ୱାରା ହେମେର୍ହେଜିକ ଷ୍ଟ୍ରୋକର ସମ୍ଭାବନା ଅଧିକ ଥାଏ | କିନ୍ତୁ ଅଣ୍ଡା ସହ ଇକ୍ୱେମିକ ଷ୍ଟ୍ରୋକର କୌଣସି ସମ୍ପର୍କ ନାହିଁ |

ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ଯେ, ଉଭୟ ଷ୍ଟ୍ରୋକ ପାଇଁ ଖାଦ୍ୟର ପ୍ରଭାବ ମଧ୍ୟ ଭିନ ଭିନ୍ନ ରହିଛି | ତେବେ ଏହାର ପ୍ରଭାବ ଶରୀର ଉପରେ ଅଲଗା ପ୍ରକାରରେ ପଡିଥାଏ | ସେଥିମଧ୍ୟରୁ କୋଲେଷ୍ଟ୍ରୋଲ ବା ମେଦ ବହୁଳତା ଅନ୍ୟତମ | କୋଲେଷ୍ଟ୍ରୋଲ ଲେବଲ ଏବଂ ମେଦ ବହୁଳତା ଅଲଗା ଭାବେ ଷ୍ଟ୍ରୋକ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଅକ୍ସଫୋର୍ଡ ୟୁନିଭର୍ସିଟିର ଯେନ ଅଥର ଟମି ଟଙ୍ଗ |

ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଫଳରେ ଯେତେବେଳେ ହାର୍ଟ ବ୍ରେନକୁ ରକ୍ତ ସପ୍ଲାଏ କରିବା ବନ୍ଦ କରିଦେଇଥାଏ ସେତେବେଳେ ଇକ୍ୱେମିକ ଷ୍ଟ୍ରୋକ ହୋଇଥାଏ |

ବ୍ରେନରେ କୌଣସି କାରଣବଶତଃ ରକ୍ତ ବାହାରି ଆଖପାଖ ବ୍ଲଡ଼ ସେଲକୁ ଡ୍ୟାମେଜ କରିଥାଏ ସେତେବେଳେ ହେମେର୍ହେଜିକ ଷ୍ଟ୍ରୋକ ହୋଇଥାଏ | ପାଖାପାଖି ୮୫ ପ୍ରତିଶତ ଲୋକଙ୍କୁ ଇକ୍ୱେମିକ ଷ୍ଟ୍ରୋକ ହୋଇଥିବାବେଳେ ୧୫ ପ୍ରତିଶତ ଲୋକଙ୍କୁ ହେମେର୍ହେଜିକ ଷ୍ଟ୍ରୋକ ହୋଇଥାଏ | ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢିବାର ଏହା ହେଉଛି ଦ୍ୱିତୀୟ କାରଣ |

୯ଟି ୟୁରୋପିଆନ ଦେଶ ଯଥା ଡେ଼ନମାର୍କ, ଜର୍ମାନୀ, ଗ୍ରୀସ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସ୍ପେନ, ସ୍ୱିଡ଼େନ ଓ ଇଂଲଣ୍ଡରେ ୪ ଲକ୍ଷ ୧୮ ହଜାର ୩୨୯ ଜଣ ପୁରୁଷ ଓ ମହିଳାଙ୍କ ଏହି ରିସର୍ଚ୍ଚ ହୋଇଥିଲା | 

ଗବେଷଣା କରାଯାଇଥିବା ପୁରୁଷ ଓ ମହିଳାଙ୍କୁ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ସେମାନେ ଦେଇଥିଲେ | ସେମାନଙ୍କୁ ତାଙ୍କ ଡାଏଟ, ଲାଇଫ ଷ୍ଟାଇଲ, ମେଡିକାଲ ହିଷ୍ଟ୍ରୀ ଏବଂ ସୋସିଓ-ଡେମୋଗ୍ରାଫିକ ଫ୍ୟାକ୍ଟର ସମ୍ପର୍କରେ ପଚାର ଯାଇଥିଲା | 

ଏଥିମଧ୍ୟରୁ ୪୨୮୧ ଜଣଙ୍କୁ ଇକ୍ୱେମିକ ଷ୍ଟ୍ରୋକ ଏବଂ ୧୪୩୦ ଜଣଙ୍କୁ ହେମେର୍ହେଜିକ ଷ୍ଟ୍ରୋକ ହୋଇଥିବା ଜଣାପଡିଥଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.