Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସାବିତ୍ରୀ ବ୍ରତ ପାଇଁ ରାଜଧାନୀ ଫଳ ବଜାରରେ ମହଙ୍ଗା ମାଡ, ଚଳିତ ବର୍ଷ ସୀମା ଟପିଛି ଫଳ ଦର

31/05/2019 at 10:18 AM

ଭୁବନେଶ୍ବର ୩୧|୫: ମୁଣ୍ଡ ଉପରେ ସାବିତ୍ରୀ । ସ୍ବାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା । ଓଡିଆ ପରମ୍ପରାର ଏହି ମହାନ୍ ପର୍ବ ପାଇଁ ବଜାରରେ ଭିଡ । ତେବେ ଚଳିତ ବର୍ଷ ସୀମା ଟପିଛି ଫଳ ଦର । କିଣିବା ତ ଦୂରର କଥା ହାତ ମାରିବାକୁ ଲୋକେ ଭୟ କରୁଛନ୍ତି । ତେବେ ବେଶୀ ନହେଲେ ବି ପୂଜା ପାଇଁ ଯେତିକି ଆବଶ୍ୟକ କିଣିବାକୁ ବାଧ୍ୟ ହେଉଛନ୍ତି ସତ୍ୟବାନ ।

ସୋମବାର ସାବିତ୍ରୀ ବ୍ରତ । ହିନ୍ଦୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପର୍ବ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା । ଶଙ୍ଖା, ସିନ୍ଦୁର ସହ ବିଭିନ୍ନ ପ୍ରକାର ଫଳ ଠାକୁରଙ୍କ ନିକଟରେ ପୂଜା କରାଯାଏ । ସାବିତ୍ରୀ ପାଇଁ ରାଜଧାନୀର ଫଳ ବଜାରରେ ମହଙ୍ଗା ମାଡ ।ଗୋଦାମରୁ ଖୁଚୁରା ବ୍ୟବସାୟୀଏବଂ ସେଠୁ ଗ୍ରାହକଙ୍କ ବ୍ୟାଗକୁ ଫଳ ଆସିବା ଯାଏ ରେଟ୍ ଡବଲ୍ ଟ୍ରିପଲ୍ ହୋଇଯାଉଛି । ନ୍ୟୁଜିଲାଣ୍ଡ ଗାଲା ଆପଲର ହେ।ଲସେଲ ରେଟ୍ କିଲୋ ପିଛା ରହିଛି ୧୫୦ ଟଙ୍କା । କେରଳୀ ସପୁରୀ କିଲୋ ୫୦ ଟଙ୍କା ଥିବା ବେଳେ ଦେଶୀ ସପୁରୀ ଗୋଟା ୨୦ ରୁ ୩୦ ଟଙ୍କାରେ ମିଳୁଛି । ସେହିପରି ଡ଼ାଳିମ୍ବ କିଲେ। ୭୦ ରୁ ୮୦ ଟଙ୍କା, ଅଙ୍ଗୁର କିଲୋ ୬୦ ଟଙ୍କା, ଲିଚୁ ୯୦ ରୁ ଶହେ ଟଙ୍କା, ନଡ଼ିଆ ଗୋଟା ୨୦ ଟଙ୍କା, ପଣସ ଗୋଟା ଶହେ ରୁ ଅଢେଇଶହ ଟଙ୍କାରେ ମିଳୁଛି ।  କେ।ରାପୁଟ୍ କେନ୍ଦୁ ଗୋଟା ୫ ଟଙ୍କାରେ ମିଳୁଥିବା ବେଳେ ୨୦ ଟଙ୍କାରେ ମିଳୁଛି କିଲେ ତରଭୁଜ ।

ବଜାର ଦର ଏତେ ବଢିଛି ଯେ ବେପାର କରିବା ବି ମୁସ୍କିଲ ବୋଲି ହୋଲସେଲ୍ ବ୍ୟବସାୟୀ କହିଛନ୍ତି । ସେପଟେ ଦର ଯେତେ ବଢିଲେ ବି ପୂଜା ପାଇଁ ଫଳ ନିହାତି ଆବଶ୍ୟକ । ତେଣୁ ବେଶୀ ନହେଲେ ବି ମାପିଚୁପି ଫଳ କିଣୁଛନ୍ତି ଗ୍ରାହକ ।

ବଜାରରେ ଫଳ ଦର ଅଧିକ ଥିବାରୁ ବେପାର ମାନ୍ଦା ହୋଇଛି ସତ କିନ୍ତୁ ସାବିତ୍ରୀ ଯେତିକି ପାଖଉଛି ଫଳ ରେଟ୍ ସେତିକି ବଢୁଛି ।

   Related Posts