ସାଧାରଣ ଜନତାଙ୍କୁ ଝଟ୍କା : ଫଳ, ପନିପରିବା ସହ ମହଙ୍ଗା ହେବ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ !
22/07/2020 at 3:37 PM

ନୂଆଦିଲ୍ଲୀ ୨୨/୦୭ : କରୋନା କାଳରେ ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି | ଟ୍ରକରେ ମାଲ ପରିବହନ ଭଡା ୨୦ ପ୍ରତିଶତ ବଢିପାରେ | ଡିଜେଲ ଦର ବୃଦ୍ଧି ଯୋଗୁଁ ମାଲ ପରିବହନ ଭଡା ବୃଦ୍ଧି ପାଇପାରେ | ଯଦି ଏହିଭଳି ହୁଏ ତାହେଲେ ଏହାର ପ୍ରଭାବ ଜନତାଙ୍କ ଉପରେ କିଭଳି ପଡିବ ତାହା ସ୍ପଶ ଜଣାପଡୁଛି | ଟମାଟୋ ପରେ ଅନ୍ୟାନ୍ୟ ପନିପରିବା ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦାମ ମଧ୍ୟ ବୃଦ୍ଧି ପାଇପାରେ | ଟ୍ରକ ପରିଚାଳକଙ୍କ ଗୋଟିଏ ୟୁନିୟନ କହିଛି ଯେ ଯଦି ଇନ୍ଧନ ମୂଲ୍ୟ ଦୈନିକ ଆଧାରରେ ବୃଦ୍ଧି ପାଏ ତାହେଲେ ଭଡା ୨୦ ପ୍ରତିଶତ ବଢିବ | ପ୍ରତିମାସର ଡିଜେଲ ଦର ସମୀକ୍ଷା କରିବାକୁ ୟୁନିୟନ ଦାବି କରିଛି |
ଫଳ, ପନିପରିବା, ଏଫଏମସିଜି ସାମଗ୍ରୀ ମଧ୍ୟ ମହଙ୍ଗା ହୋଇପାରେ | ମାଲ ପରିବହନ ଭଡା ବୃଦ୍ଧି ହେଲେ ଫଳ, ପନିପରିବା ମହଙ୍ଗା ହେବା ସୁନିଶ୍ଚିତ | ଏଫଏମସିଜି ସାମଗ୍ରୀ ମଧ୍ୟ ମହଙ୍ଗା ହୋଇପାରେ | ଏହାର ପ୍ରଭାବ ସାରା ଦେଶରେ ପଡିବ | ଅନ୍ୟ ବସ୍ତୁ ତୁଳନାରେ ଫଳ, ପନିପରିବା ମୂଲ୍ୟ ବୃଦ୍ଧି ଅଧିକ ହୋଇଥାଏ | କାରଣ ଅଲଗା ଅଲଗା ଚାଷୀଙ୍କ ପାଖରେ କମ ମାତ୍ରରେ ଫଳ ଓ ପନିପରିବା ଥାଏ | ବଡ କମ୍ପାନୀ ତୁଳନାରେ ନିଜ ଉତ୍ପାଦ ମଣ୍ଡି ଯାଏଁ ପହଞ୍ଚାଇବାକୁ ଚାଷୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ | ଫଳ ମାମଲାରେ ପରିସ୍ଥିତି ଟିକିଏ ଭିନ୍ନ | ଫଳ ବିଭିନ୍ନ ରାଜ୍ୟରୁ ପ୍ରଥମେ ଦିଲ୍ଲୀକୁ ଅଣାଯାଇଥାଏ | ଏହାପରେ ସାରା ଦେଶରେ ବିତରଣ କରାଯାଇଥାଏ | ସେଥିପାଇଁ ପରିବହନ ଭଡା ବଢିଲେ ଫଳ ଦାମ ମଧ୍ୟ ବଢିପାରେ |
କିଛି ଦିନ ପୂର୍ବରୁ ଦିଲ୍ଲୀରେ ଟମାଟୋ କିଲୋ ୧୦-୧୫ ଟଙ୍କା ଥିଲାବେଳେ ବର୍ତ୍ତମାନ ୮୦-୧୦୦ ଟଙ୍କା ରହିଛି | ବର୍ତ୍ତମାନ ଆଳୁ ଅନ୍ୟାନ୍ୟ ପନିପରିବା ମଧ୍ୟ ଟମାଟୋ ପଛେ ପଛେ ଚାଲିବା ଆରମ୍ଭ କରିଛନ୍ତି | ଟମାଟୋ ସହ ଏବେ ଅନ୍ୟ ପନିପରିବା ମଧ୍ୟ ମହଙ୍ଗା ହୋଇଛି |
ଅଲ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ କୋର କମିଟି ଅଧ୍ୟକ୍ଷ ବାଲ ମଲକିତ ସିଂହ କହିଛନ୍ତି ଯେ ଡିମାଣ୍ଡ ପୂର୍ବରୁ କମ ଅଛି ଏବଂ ପାଖାପାଖି ୫୫ ପ୍ରତିଶତ ବାହନ ଛିଡା ହୋଇଛନ୍ତି | ଏହିଭଳି ପରିସ୍ଥିତିରେ ଏହାକୁ ଜାରି ରଖିବା ମୁସକିଲ | କାରଣ କରୋନା ଭାଇରସ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ସଡକ ପରିବହନ କ୍ଷେତ୍ର ବହୁତ କ୍ଷତିଗ୍ରସ୍ତ ହୋଇଛି | ସେ କହିଛନ୍ତି ଏହିଭଳି ପରିସ୍ଥିତିରେ ଟ୍ରକ ପରିଚାଳନା ବଞ୍ଚାଇ ରଖିବା ପାଇଁ ଆଜି ନହେଲେ କାଲି ନିଶ୍ଚୟ ଭଡା ବୃଦ୍ଧି କରିବାକୁ ହେବ | ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ ମାଲ ଭଡା ୨୦ ପ୍ରତିଶତ ବଢାଇବା ଜରୁରୀ ହୋଇପଡିଛି |