Monday, August 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ରିଜରେ ଥିବା ଲେମ୍ବୁ କର୍କଟ ରୋଗ ପାଇଁ ବ୍ୟବହାର ହେଉଥିବା କେମୋଥେରାପିଠୁ ମଧ୍ୟ ହଜାରେଗୁଣ ଅଧିକ ଲାଭପ୍ରଦ ହୋଇଥାଏ , ଜାଣନ୍ତୁ କେମିତି

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏକ ଛୋଟ ଲେମ୍ବୁ ଆପଣଙ୍କ ପାଇଁ କେତେ ଲାଭଦାୟକ। ଯଦି ଲେମ୍ବୁ ତାଜା ହୋଇଥାଏ ତେବେ ଏହା ଲାଭଦାୟକ ହୋଇଥାଏ। ଯଦି ଏହା ଦୀର୍ଘ ଦିନରୁ ଫ୍ରିଜରେ ରଖାଯାଇଥିବ ତେବେ ଏହି ଶୀତଳ ଲେମ୍ବୁ ମଧ୍ୟ ଆମ ପାଇଁ ଅନେକ ଲାଭଦାୟକ ହୋଇଥାଏ।

ଅନେକ ଦିନରୁ ଫ୍ରିଜରେ ରଖାଯାଇଥିବା ଲେମ୍ବୁ ଯାହା ଉପରେ ବରଫ ଜମାଟ ବାନ୍ଧି ରହିଥାଏ। ଏହା ସ୍ମୁଦି, ଚାହା, କେକ୍ , ବେକିଙ୍ଗ୍ ଫୁଡ୍ , ମିଠା, ସୁପ ଆଦି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ସ୍ବାସ୍ଥ୍ୟ ସହ ଜଡ଼ିତ ଅନେକ ପ୍ରକାର ଲାଭ ଏହି ଲେମ୍ବୁରୁ ପାଇ ପାରିବେ।

ଏହି ଶୀତଳ ଲେମ୍ବୁ କ୍ୟାନସରର କୋଷକୁ ନଷ୍ଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଅବସ୍ଥାରେ ଲେମ୍ବୁ କେମୋଥେରାପିଠୁ ୧୦ହଜାର ଗୁଣ ଅଧିକ ଶକ୍ତିଶଳୀ ହୋଇଥାଏ ଏବଂ ଆପଣଙ୍କୁ ଲାଭ ଦେଇଥାଏ।

ଶ୍ବାସରୋଗୀଙ୍କ ପାଇଁ ଏହା ଉପଯୋଗୀ ହୋଇଥାଏ। ଏହା ବ୍ୟତୀତ ଜ୍ବଳନ,ଫୁଲା ରୋଗ ଭଳି ସମସ୍ୟା ପାଇଁ ଏହା ଏକ ଔଷଧ ଭାବେ କାମ କରିଥାଏ।

ଉଚ୍ଚ ରକ୍ତଚାପ ହୋଇଥିଲେ ଏହାର ସେବନ ରକ୍ତଚାପକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।

କିଡନୀ ଏବଂ ଲିଭରକୁ ବିଶୁଦ୍ଧ କରିବାରେ ଏହାର ଉପଯୋଗ ଲାଭପ୍ରଦ ହୋଇଥାଏ। ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ।

ଏହାର ସେବନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସେଥିପାଇଁ ଆପଣଙ୍କ ଦୈନନ୍ଦିନ ଜୀବନଯାପନ ପ୍ରଣାଳୀରେ ଏହାକୁ ସାମାନ୍ୟ ମାତ୍ରାରେ ସାମିଲ କରିବା ନିହାତି ଆବଶ୍ୟକ।

1071 Views

   ସମ୍ବନ୍ଧିତ ଖବର