Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଗଧାଡ଼ିର କଳାକାର ଅଚାନକ ଉଭାନ ହୋଇଗଲେ କାହିଁକି? ସେମାନଙ୍କୁ ଏବେ ବି ଝୁରିଛି ଗ୍ରୀନ ରୁମ୍..

4/12/2019 at 10:56 PM

ବାଲେଶ୍ବର( ସର୍ବେଶ୍ବର ନାଥ)୪/୧୨:  ଜଲିଉଡର ଅନେକ ଆଗ ଧାଡିର କଳାକାର ଏବେ କାମ ନ ପାଇ ଘରେ ବସିଛନ୍ତି।

ହାଇ ପେଡ୍ ଆର୍ଟିଷ୍ଟମାନଙ୍କୁ ଆଉ ମଞ୍ଚ ଉପରେ ଦେଖିବାକୁ ମିଳୁ ନାହିଁ। ତାଙ୍କର ଦମଦାର ଅଭିନୟକୁ ଦର୍ଶକ ଏବେ ବି ମନେ ପକାଉଛନ୍ତି।

ତେବେ କାହିଁକି ସେମାନେ ମଂଚଠାରୁ ଦୂରେଇ ଯାଇଛନ୍ତି?

ଶରତ, ମନ୍ଦାକିନୀ, ଦେବ-ସଂଜୁ, ଡଲି ଭୂୟାଁ , ମାମା, ଟୁକୁନା-ଲିପି, ଧୁଷା ରାଉତ ଭଳି କେତକ କଳାକାରଙ୍କୁ ମଂଚରେ ଦେଖିବାକୁ ମିଳୁ ନାହିଁ । ଏବେ ସେମାନଙ୍କୁ ଗ୍ରୀନ ଝୁରୁଛି । 

ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ଅନେକ ଆଗ ଧାଡିକ କଳାକାର ।

ଏଥର ମଂଚରେ ସେମାନଙ୍କ ଅଭିନୟ ଦେଖିବାକୁ ମିଳୁ ନାହିଁ ।

ମୁହଁରେ ରଙ୍ଗ ମାରି ରାତି ସାରା ଗଳାଫଟା ଡାଇଲଗ୍ ମାରୁଥିବା କଳାକାର କାହଁକି ଦୂରେଇ ଗଲେ ମଂଚରୁ? 

ତାହା ଏବେ ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାତ୍ରାର ସଫଳ ଯୋଡି ଦେବ-ସଂଜୁ, ଟୁକୁନା-ଲିପି ଏଥର ମଂଚରୁ ନିଜକୁ ଦୂରେଇ ନେଇଛନ୍ତି। ସେହିପରି ଡାଇଲଗ କୁଇନ ଡଲି ଭୂୟାଁ ବି ଏଥର କେଉ ପାର୍ଟିରେ ନାହାଁନ୍ତି।

ସେହିପରି ଶରତ, ମନ୍ଦାକିନୀ, ମଂଜୁ, ମାମା, ଧୁଷା ରାଉତ ଭଳି କଳାକାରଙ୍କୁ ମଂଚରେ ଦେଖିବାକୁ ମିଳୁ ନାହିଁ । 

ସତରେ ଏହି କଳାକାରମାନଙ୍କୁ ଗ୍ରୀନ ରୁମ୍ ମିସ୍ କରୁଛି ଆଉ ଦର୍ଶକ ଝୁରୁଛନ୍ତି ।

୮୨ ବର୍ଷ ବୟସରେ ହାସ୍ୟ ଅଭିନେତା ଜଗା ରାଉତ ମଂଚରେ ଅଭିନୟ କରୁଛନ୍ତି।

ଆଉ ଏମାନେ କାହିଁକି ଚାନ୍ସ ପାଉ ନାହାଁନ୍ତି। ତେବେ କଣ ଯାତ୍ରା ପାର୍ଟି ମାଲିକ ଏମାନଙ୍କଠାରୁ ମୁହଁ ଫେରାଇ ନେଉଛନ୍ତି? ତେବେ କେଉଁ କଳାକାରର ମନ ଆଉ ମଂଚରେ ନାହିଁ ତ ଆଉ କାହାକୁ ପାରିଶ୍ରମିକ ମିଳୁ ନାହିଁ।

ସେଥିପାଇଁ ବୋଧ ହୁଏ ଶରତ, ମନ୍ଦାକିନୀ, ଦେବ-ସଂଜୁ, ଡଲି ଭୂୟାଁ , ମାମା, ଟୁକୁନା-ଲିପି, ଧୁଷା ରାଉତ ଭଳି କଳାକାରଙ୍କୁ ଦର୍ଶକ ଦେଖିବାକୁ ସୁଯୋଗ ପାଉ ନାହାଁନ୍ତି।

   Related Posts