Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ଦେହାନ୍ତ : କରୋନାରୁ ସୁସ୍ଥ ହେବା ପରେ ପୁଣି ବିଗିଡିଥିଲା ସ୍ୱାସ୍ଥ୍ୟ

18/05/2021 at 2:15 PM

ନୂଆଦିଲ୍ଲୀ ୧୮/୫ : କରୋନା ୨ୟ ଲହର ସମଗ୍ର ଦେଶରେ ଏକ ଘୋର ବିପଦ ସୃଷ୍ଟି କରିଛି । ତେବ ଏହି ୨ୟ ଲହରରେ ଅନେକ ହେବିଓ୍ୱେଟ ନେତା ପ୍ରାଣ ହରାଇସାରିଲେଣି । ଏହି ପରିପ୍ରେକ୍ଷୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଜାମ୍ମୁ କାଶ୍ମୀର ବିଜେପି ନେତା ଚମନ ଲାଲ ଗୁପ୍ତାଙ୍କ ଦେହାନ୍ତ ହୋଇଛି । ସେ ଜାମ୍ମୁରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । କୁହାଯାଉଛି ଯେ ସେ କିଛି ସମୟ ପୂର୍ବରୁ କରୋନା ଭାଇରସ ଭଳି ସାଂଘାତିକ ରୋଗରୁ ମୁକ୍ତି ପାଇଥିଲେ ।

ବିଜେପି ସାଧାରଣ ସଂପାଦକ (ସଂଗଠନ) ଅଶୋକ କୌଲ କହିଛନ୍ତି ଯେ ଚମାନ ଲାଲ ଗୁପ୍ତାଙ୍କୁ କଟାରାର ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ କରାଯିବାରୁ ତାଙ୍କ ଠାରେ ଭୂତାଣୁ ଚିହ୍ନଟ ହୋଇଥିଲା । କୌଲ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ତେବେ ମଙ୍ଗଳବାର ଅର୍ଥାତ୍ ଆଜି ଭୋର ୫ଟା ସମୟରେ ଜାମ୍ମୁ ନିବାସରେ ଚମନ ଲାଲ ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ପରିବାରରେ ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତାଙ୍କର ଜଣେ ପୁଅ ଡାକ୍ତର ବିଦେଶରେ ଅବସ୍ଥାପିତ । ପୂର୍ବରୁ ଗୁପ୍ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି ।

   Related Posts