Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ବିଜେପିକୁ ବିଜୟ ଫେରିବାରେ କିଛି ପଡିବନି ଫରକ; ଆଗରୁ ବି ତିନିଥର ହାରିଛନ୍ତି’: ବିଜେଡି

28/03/2019 at 6:59 PM

ଭୁବନେଶ୍ବର ୨୮|୩: ବିଜେପିକୁ ଫେରିଲେ ବିଜୟ ମହାପାତ୍ର । ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ବରିଷ୍ଠ ନେତାମାନେ ବିଜୟଙ୍କ ଘରକୁ ଯାଇ ବିଜୟଙ୍କୁ ଦଳକୁ ଫେରାଇ ଆଣିଛନ୍ତି । ଦଳକୁ ଆସିବା ପରେ ବିଜେପିରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆଉ ବିଜୟ ଆସିବା ପରେ ବିଜୁଙ୍କ ଗଡ କେନ୍ଦ୍ରାପଡାରେ ରାଜନୈତିକ ସମୀକରଣ ବଦଳିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ କରି ଉପକୂଳ ଓଡିଶାରେ ପଦ୍ଣ ଫାଇଦାରେ ରହିବ ନା ବିଜେଡି ତାର ସ୍ଥିତି ବଜାୟ ରଖିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଭୁଲିଲେ ପୁରୁଣା ରାଗ ବୈରାଗ୍ୟ । ଏଥର ହାତ ଧରାଧରି ହୋଇ ପୁଣି ମିଶିଗଲେ । ୩ ମାସ ତଳେ ଯେଉଁ ଦଳକୁ ବାଏ ବାଏ କରିଥିଲେ ଏବେ ଫେରି ଆସିଲେ। ଆଜି ବିଜୟ ମହାପାତ୍ରଙ୍କୁ ପୁଣି ପାଛୋଟି ନେଲା ବିଜେପି। ପଞ୍ଚାୟତ ନିର୍ବାଚନ ପରେ  ରାଜ୍ୟ  କାର୍ଯ୍ୟାଳୟରେ ପାଦ ପକାଉନଥିଲେ ବିଜୟ । କିନ୍ତୁ ଆଜି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବରିଷ୍ଠ ନେତାଏ ବିଜୟଙ୍କ ବାସଭବନକୁ ଯାଇ ତାଙ୍କୁ ଦଳକୁ ଫେରାଇ ନେଇଛନ୍ତି । ମିଳିମିଶି ଗୋଟିଏ ମଞ୍ଚରେ ପାର୍ଟି କାର୍ଯ୍ୟ ଆରମ୍ଭ କରିଥିଲେ ।

ବିଜୁଙ୍କ ଗଡରେ କଣ ବଦଳିବ ରାଜନୈତିକ ସମୀକରଣ । ବିଜେପିକୁ ବିଜୟ ମହାପାତ୍ର ଫେରିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଏମିତି ଚର୍ଚ୍ଚା ।  ଉପକୂଳ ଓଡିଶାରେ ପଦ୍ମ ଫୁଟିବ ବୋଲି ଆକଳନ କରୁଛି ବିଜେପି । ବିଜୟ ଯଦି ସିଧା ନିର୍ବାଚନ ମଇଦାନକୁ ଓହ୍ଲାଇବେ ତେବେ ଏଥିରେ ଦଳର ଫାଇଦା ହେବ ବୋଲି କହୁଛି ବିଜେପି ।  ସେପଟେ କିନ୍ତୁ ବିଜୟ ମହାକାଳପଡା କିମ୍ବା ପାଟକୁରାରୁ ଲଢିବେ ତାକୁ ନେଇ ଚାଲିଛି ଚର୍ଚ୍ଚା । ବିଜେଡି କହିଛି କିଛି ପ୍ରଭାବ ପଡିବନି । ଅତନୁ ସବ୍ୟସାଚୀ ନାଏକ କହିଛନ୍ତି  ବିଜୟ ୩ ଥର ହାରିଛନ୍ତି ଆଉ ଏଥର ବି ସେୟା ହେବ। ମହାକାଳପଡାରେ ବିଜେଡି ହିଁ ଜିତିବ ।

ବିଜୟ ମହାପାତ୍ରଙ୍କ ପରି ନେତା ବିଜେପିକୁ ଫେରିବା ରାଜନୈତିକ ସମୀକରଣକୁ ବଦଳାଇଛି । ସେପଟେ କିନ୍ତୁ ଚର୍ଚ୍ଚାର କେନ୍ଦ୍ରରେ ରହିଛି ଦିଲ୍ଲୀପ ରାୟ। ଦୁଇ ନେତା ଏକାଠି ଥିଲେ ଏବେ ଦିଲ୍ଲୀପଙ୍କ ପରବର୍ତ୍ତୀ ମୁଭ୍‌ କଣ ହେବା ତା ଉପରେ ନଜର ରହିଛି। 

   Related Posts