ଭାରତରେ କେଉଁଠାରୁ ଓ କେମିତି ସୁନା ଉତ୍ପାଦନ ହୁଏ, ଜାଣନ୍ତୁ

Published By : Prameya-News7 Bureau | July 31, 2019 IST

ପ୍ରାଚୀନ କାଳରେ ଭାରତକୁ ସୁନାର ଗନ୍ତାଘର ବୋଲି କୁହାଯାଉଥିଲା। ଆଜି ମଧ୍ୟ ଦେଶର ଅନେକ ସ୍ଥାନରେ ଭରପୁର ମାତ୍ରାରେ ସୁନା ରହିଛି। ଭାରତର କର୍ଣ୍ଣାଟକ ରାଜ୍ୟରେ ସବୁଠୁ ଅଧିକ ସୁନା ଉତ୍ପାଦନ ହୋଇଥାଏ। କର୍ଣ୍ଣାଟକରେ କୋଲାର, ହୁଟି ଓ ପୁଟ୍ଟି ନାମକ ଏକ ସ୍ଥାନ ଅଛି ଯେଉଁଠୁ ଗୋଲ୍ଡ ଅର୍ଥାତ ସୁନା ଖଣି ରହିଛି। ଭାରତରେ କର୍ଣ୍ଣାଟକ ବ୍ୟତୀତ ଆନ୍ଧ୍ର ପ୍ରଦେଶ ଓ ଝାରଖଣ୍ଡରେ ମଧ୍ୟ ସୁନା ଉତ୍ତୋଳନ କରାଯାଏ।

ସବୁଠୁ ଅଧିକ ସୁନା ସିଲଭର, କେଲେୱରାଇଟ୍‌, ସିଲ୍ବେନାଇଟ୍‌, ପେଟଜାଇଟ୍‌ ଓ କ୍ରେନରାଇଟ୍‌ ରୂପରେ ମିଳିଥାଏ। ଅଧିକାଂଶ ସୁନା ଭୂତଳ ଖଣିରୁ ଆସିଥାଏ। ପାଖାପାଖି ୧ ଟନ୍‌ ପଥରରୁ ମାତ୍ର ୪ ଗ୍ରାମ ସୁନା ବାହାରେ। ଝାଡଖଣ୍ଡର ଗୋଟେ ଖଣିରୁ ପ୍ରତିବର୍ଷ ପାଖାପାଖି ୭ କିଲୋର ସୁନା ବାହାରିଥାଏ। ୭ ପ୍ରକାରର ପ୍ରକ୍ରିୟା ପରେ ଖଣିରୁ ସୁନା ବାହାରିଥାଏ। ଯେଉଁଥିରୁ ୩ଟି ରାସାୟନିକ ପ୍ରକ୍ରିୟା ହୋଇଥାଏ ଓ ଅନ୍ୟ ୪ଟି ପ୍ରକ୍ରିୟା ମଣିଷଙ୍କ ଦ୍ବାରା କରାଯାଏ।

ସର୍ବପ୍ରଥମେ ପରୀକ୍ଷାକରି ଜାଂଚ କରାଯାଏ ଯେ କେଉଁ ପଥରରେ ସ୍ବର୍ଣ୍ଣ ଅଛି। ଯେତେବେଳେ ଏହି ବିଷୟରେ ଜଣା ପଡେ ତାପରେ ଡାଇନାମାଇଟ୍‌ ସାହାଯ୍ୟ ଦ୍ବାରା ଭୂମୀକୁ ଫଟାଇ ୩୦୦ରୁ୪୦୦ ମିଟର ଗଭିରତାରୁ ପାଖାପାଖି ୧ଟନ୍‌ର ପଥର ବାହାର କରାଯାଏ। ଚଟ୍ଟାଣରୁ ବାହାରିଥିବା ମଲବେକୁ ମେଶିନ ସାହାଯ୍ୟରେ ୪ରୁ୫ ଘଣ୍ଟା ପର୍ଯ୍ୟନ୍ତ ପେଶା ଯାଏ।

ଏତିକି ସମୟରେ ଏହା ବାଲିରେ ବଦଳିଯାଏ। ଏହି ବାଲିରେ ପାଣି ମିଶାଇ ଲିକ୍ବିଡ୍‌ ତିଆରି କରାଯାଏ। ବାଲିକୁ କମ୍ବଳରେ ପକାଇଲେ ଲିକ୍ବିଡ୍‌ ଭାଗ ରହିଯାଏ ଓ ସୁନା ଅଲଗା ହୋଇଯାଏ। କମ୍ବଳକୁ ପାଣିରେ ଧୋଇଲେ ସୁନା ମାତ୍ରା ଅଲଗା ହୋଇ ପାଣିରେ ମିଶିଯାଏ। ଏହି ପାଣିକୁ ଟେବୁଲରେ ଢଳାଯାଏ। ଏଥିରୁ ପାଣି ବହିଯାଏ ଓ ସୁନା ଜମିଯାଏ। ଏଥିରୁ ସୁନାର ବିସକୁଟ୍‌, ପ୍ଲେଟ ତିଆରି ହୁଏ।

ସାୟନାଇଡ୍‌ ପ୍ରକ୍ରିୟା- ସୁନାମିଶ୍ରିତ ପଥରରେ ଯଦି ସୁନାର ମାତ୍ରା କମ ଥାଏ ତାହେଲେ ରାସାୟନୀକ ପ୍ରକ୍ରିୟା ବ୍ୟବହାର କରାଯାଏ। ଏହି ପ୍ରକ୍ରିୟାରୁ ବାହାରିଥିବା ପଥର ଓ ପାଉଡରକୁ ସାଇନାଇଡ୍‌ରେ ମିଶାଇ କାର୍ବନ ପ୍ଲସ୍‌ ପ୍ଲାଣ୍ଟରେ ୪୮ ଘଣ୍ଟା ଯାଏଁ ପ୍ରୋସେସ କରାଯାଏ। ୫୦ ଘଣ୍ଟା ପରେ ମଲବେରେ ଥିବା ସୁନା ତରଳି ବାହାରିଆସେ।  

ମିଶ୍ରଣ- ଯେତେବେଳେ ସ୍ବର୍ଣ୍ଣ ଅୟସ୍କ ବାହାରେ ସେତେବେଳେ ପ୍ରକୃତ ସୁନା ବାହାର କରିବା ପାଇଁ ଅମଲଗମେଶନ ବା ମିଶ୍ରଣ ପ୍ରକ୍ରିୟା ବ୍ୟବହାର କରାଯାଏ। ଏହି ପ୍ରକ୍ରିୟାରେ ପ୍ରଥମେ ସୁନାକୁ ଛୋଟ ଛୋଟ ଭାଗ କରି ପେଶା ଯାଏ। ଏହି ସ୍ବର୍ଣ୍ଣ କଣିକା ମରକ୍ୟୁରୀ ସହ ମିଶେ ସେତେବେଳେ ମିଶ୍ରଣ ତିଆରି ହୋଇଥାଏ। ଏହା ପରେ ମିଶ୍ରଣକୁ ଅଧିକମାତ୍ରାରେ ଗରମ କରାଯାଏ। ଏହି ପ୍ରକ୍ରିୟା ବେଶ ସାବଧାନ ରହି କରାଯାଏ କାରଣ ଏଥିରୁ ବିଷାକ୍ତ ଗ୍ୟାସ ବାହାରିଥାଏ। କିଛି ସମୟ ମଧ୍ୟରେ ମରକ୍ୟୁରୀ ଗ୍ୟାସ ରୂପରେ ଉଡିଯାଏ ଓ ସୁନାଅଂଶ  ରହିଯାଏ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.