ଆସନ୍ତାକାଲିଠୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା : NH ଟୋଲଗେଟ୍ ରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

Published By : Prameya-News7 Bureau | December 14, 2019 IST

ଭୁବନେଶ୍ବର ୧୪/୧୨: ଆସନ୍ତାକାଲିଠାରୁ ଜାତୀୟ ରାଜପଥର ସବୁ ଟୋଲଗେଟ୍ ରେ ଗାଡି ଲାଗି ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ । ଡିସେମ୍ବର ୧ତାରିଖରୁ ଏହା ଲାଗୁ ହେବାର ଥିଲା ତେବେ ପରେ ଏହାକୁ ଡିସେମ୍ବର ୧୫ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା ।

{"id":197556,"sizeSlug":"large"}

ଟୋଲଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅନେକ ଗାଡି ମାଲିକ ଏହି ଫାଷ୍ଟ ଟ୍ୟାଗ୍ ଲଗାଇ ନାହାନ୍ତି । ଜାତୀୟ ରାଜପଥରେ NHAI କାଉଣ୍ଟରରେ ଏହି ଫାଷ୍ଟ ଟ୍ୟାଗ୍ ମିଳିବା ଲାଗି ବ୍ୟବସ୍ଥା କରାଯାଇଛି ।

{"id":197557,"sizeSlug":"large"}

ଏହାସହ ଫାଷ୍ଟ ଟ୍ୟାଗ୍ ଅନଲାଇନରେ ମଧ୍ୟ ମିଳିପାରିବ । କାଲିଠୁ ଟୋଲଗେଟରେ ନଗଦ ଟଙ୍କା ନିଆଯିବ ନାହିଁ l ଫାଷ୍ଟ ଟ୍ୟାଗ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିବ l କିନ୍ତୁ ଫାଷ୍ଟ ଟ୍ୟାଗ ବିଷୟରେ ଅନେକ ଗାଡି ମାଲିକ ଜାଣି ନାହାନ୍ତି । ଫଳରେ ସେମାନେ ଅଡୁଆରେ ପଡିବାର ଆଶଙ୍କା ରହିଛି ।

{"id":197558,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.