ଆଜିଠୁ ଅପ୍ରେଲ୍ ୨୫ତାରିଖ ଯାଏଁ ବଦଳିବ ବୁଧ ଗ୍ରହର ଦଶା : ଜାଣନ୍ତୁ ଆପଣଙ୍କ ରାଶି ଉପରେ ପଡ଼ିବ କିଭଳି ପ୍ରଭାବ

Published By : Prameya-News7 Bureau | April 07, 2020 IST

ବୁଧ ଗ୍ରହ ଆଜି କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରୁଛନ୍ତି। ମଙ୍ଗଳବାର ଦ୍ବିପ୍ରହର ୨ଟା ୨୪ମିନିଟରେ ବୁଧ ଗ୍ରହ ମୀନ ରାଶିରେ ଗୋଚର କରିବେ। ରାଶି ପରିବର୍ତ୍ତନ ପରେ ବୁଧ ଗ୍ରହ ଅପ୍ରେଲ୍ ୨୫ତାରିଖ ଯାଏଁ ୨ଟା ୪୩ମିନିଟ୍ ଯାଏଁ ଏହି ରାଶିରେ ରହିବେ। ତେବେ ଆସନ୍ତୁ ଜାଣିବା ବୁଧ ମୀନ ରାଶିରେ ପ୍ରବେଶ କରିବା ଦ୍ବାରା ଆପଣଙ୍କ ରାଶିରେ କିଭଳି ପ୍ରଭାବ ପଡ଼ିବ।

୧.ମେଷ ରାଶି : ବୁଧ ରାଶିର ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସର୍ବପ୍ରଥମେ ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ କ୍ଷମତା ଉପରେ ଧ୍ୟାନ ଦେବାକୁ ପଡ଼ିବ। ନିଃଶ୍ବାସ ଜନିତ ସମସ୍ୟା ହୋଇପାରେ। ଆପଣଙ୍କ ବିଚାରଶୀଳତା ବହୁତ ଆଗକୁ ବଢ଼ିବ। ଖର୍ଚ୍ଚକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଆପଣଙ୍କ କୌଣସି ଗୁପ୍ତ ଶତ୍ରୃ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଏଥିପାଇଁ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହି ଗୁପ୍ତ ଶତ୍ରୃ ଆପଣଙ୍କଠୁ ବୟସରେ ବଡ଼ ହୋଇପାରନ୍ତି।

୨.ବୃଷ ରାଶି : ସନ୍ତାନଙ୍କ ପ୍ରତି ଏବଂ ବିଦ୍ୟା ପ୍ରତି ଆପଣଙ୍କ ଦୁର୍ବଳତା ବଢ଼ିବ। କିଛି ନୂଆ ଶିଖିବାକୁ ଚାହିଁବେ। ପୂଜା ପାଠରେ ଧ୍ୟାନ ଦେବେ। ଧନ ସମସ୍ୟା ଦୂର ହେବ। ଆର୍ଥିକ ଭାବେ ପାରିବାରିକ ସହଯୋଗ ମିଳିବ। ସନ୍ତାନଙ୍କ ଶିକ୍ଷା ସମ୍ବନ୍ଧିତ ଖର୍ଚ୍ଚ କମ୍ ହେବ। ଘରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ।

୩.ମିଥୁନ ରାଶି : ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ପରିଶ୍ରମ କଲେ ମିଳିବ। ପରିବାର ପ୍ରତି ଚିନ୍ତା ହୋଇପାରେ। ଘର ପ୍ରତି ଆପଣ ସଜାଗ ରହିବେ।

୪.କର୍କଟ ରାଶି : ବିଦେଶ ସହ ଜଡ଼ିତ ମାମଲାରେ ଆପଣଙ୍କୁ ସମସ୍ୟା ଅନୁଭବ ହୋଇପାରେ। ଆଧ୍ୟାତ୍ମିକତାରେ ରୁଚି ବଢ଼ିବ। ଉଚିତ୍ ମାର୍ଗ ଦର୍ଶନ ଆପଣଙ୍କ ପାଇଁ ଠିକ୍ ରହିବ। କିନ୍ତୁ ଭୁଲ୍ ନିର୍ଣ୍ଣୟ ଆପଣଙ୍କ ଖର୍ଚ୍ଚ ବଢ଼ାଇପାରେ। ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ। କୌଣସି ଭୁଲ୍ ବିଚାର ଆପଣଙ୍କୁ କଷ୍ଟ ଦେଇପାରେ।

୫. ସିଂହ ରାଶି : ଭାଗ୍ୟ ଆପଣଙ୍କ ସହାୟକ ହେବ କିନ୍ତୁ କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଆଇଟି ଏବଂ କମ୍ୟୁନିକେସନ ଫିଲ୍ଡରୁ ତେବେ ନିଶ୍ଚିତ ଭାବେ ଆପଣଙ୍କୁ ଲାଭ ମିଳିବ। ଯଦି ଆପଣ କପଡ଼ା ବ୍ୟବସାୟ କରୁଥିବେ ତେବେ ଆପଣ କ୍ଷତି ସହିବେ। ଥଣ୍ଡା,କାଶ କିମ୍ବା ଜ୍ବର ହୋଇପାରେ। ନିଷ୍ପତ୍ତି ନେବା ଆଗରୁ ଚିନ୍ତା କରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ।

୬. କନ୍ୟା ରାଶି : ଏହି ସମୟରେ ଆପଣଙ୍କ ନିଜ ଜୀବନସାଥୀଙ୍କ ସହ ସମର୍ପଣ ଭାବ ରହିବ। ଯଦି ଆପଣ କୌଣସି ଧରଣର ପାର୍ଟନରଶିପ୍ ଉପରେ କାମ କରୁଥାଆନ୍ତି ତେବେ ଆପଣ ପୂର୍ଣ୍ଣ ମନରେ କରିବେ। କିନ୍ତୁ ଆପଣଙ୍କୁ କୌଣସି ସୁଫଳ ମିଳିବ ନାହିଁ। କାମରେ ସଫଳତା  ନମିଳିବା ଯୋଗୁଁ ମାନସିକ ଚିନ୍ତାରେ ରହି ପାରନ୍ତି। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଚିନ୍ତା ଆପଣଙ୍କୁ ଘାରିବ।

୭.ତୁଳା ରାଶି: ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଚିନ୍ତା ଘାରିବ। ଯଦି ଆପଣ ଧୂମପାନ କରୁଥାଆନ୍ତି ତେବେ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ବାହନରେ ସମସ୍ୟା ଦେଖାଯିବ। ସ୍ବାସ୍ଥ୍ୟରେ ଅବହେଳା କଲେ କଷ୍ଟ ଭୋଗିପାରନ୍ତି।

୮. ବିଛା ରାଶି : ଭବିଷ୍ୟତରେ ଲାଭ ମିଳିବ। ଆପଣଙ୍କ କଥାକୁ ପ୍ରଶଂସା ମିଳିବ ଏବଂ କ୍ରିୟାଶୀଳତାକୁ ସଫଳତା ମିଳିବ। କିନ୍ତୁ ସନ୍ତାନଙ୍କ ସ୍ବାସ୍ଥ୍ୟ ଚିନ୍ତା ଆପଣଙ୍କୁ ଘାରିବ। ପୂଜା ପାଠରେ ମନ ଦେବେ। ବରିଷ୍ଠ ସହଯୋଗୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଭାଇ ଭଉଣୀଙ୍କ ସହ ସମ୍ପର୍କ ପ୍ରଗାଢ଼ ହେବ। ଯଦି ଆପଣ ନିଜ ବହି ଲେଖିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ।

୯. ଧନୁ ରାଶି : ପରିବାରରେ କୌଣସି ପ୍ରକାରର ଚିନ୍ତା କିମ୍ବା ଭୁଲ୍ ଧାରଣା ଜନ୍ମିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ପଡ଼ିବ ଏବଂ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ପୂର୍ବଭଳି ରହିବ ନାହିଁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ।

୧୦.ମକର ରାଶି : ନିଜ ଭାଇ ଭଉଣୀଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ। ଆପଣଙ୍କ ବନ୍ଧୁତା ହଠାତ୍ ଭାଙ୍ଗିପାରେ। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ। ଯଦି ହୃଦ୍ ସମସ୍ୟା ଏବଂ ଫୁସଫୁସ୍ ଜନିତ ସମସ୍ୟା ଥାଏ ତେବେ ବିଶେଷ ଧ୍ୟାନ ରଖିବେ। ଭାଗ୍ୟ ଆପଣଙ୍କୁ ସହାୟକ ହେବ ଏଥିପାଇଁ ଅଧିକ ଚିନ୍ତିତ ହେବେ ନାହିଁ। କୌଣସି ପରିବାର ସଦସ୍ୟଙ୍କ ଦ୍ବାରା ଆପଣଙ୍କୁ ଧନଲାଭ ହୋଇପାରେ।

୧୧.କୁମ୍ଭ ରାଶି : ଏହି ସମୟରେ ଆପଣଙ୍କୁ ଅଳ୍ପ ସମସ୍ୟା ଭୋଗିବାକୁ ପଡ଼ିପାରେ କିନ୍ତୁ ନିଜ କଥାବାର୍ତ୍ତା ଠିକ୍ ରଖିଲେ ଆପଣଙ୍କୁ ନିଶ୍ଚିତ ଭାବେ ଧନ ମିଳିବ। ପୁରୁଣା ସେଭିଙ୍ଗସରୁ ଟଙ୍କା ବାହାର କରିବାକୁ ସକ୍ଷମ ହେବେ। ନିଜ ସ୍ବାସ୍ଥ୍ୟକୁ ନିଜ କୁଅଭ୍ୟାସରେ ଖରାପ କରିପାରନ୍ତି। ଧୂମପାନରୁ ନିବୃତ୍ତ ରୁହନ୍ତୁ।

୧୨. ମୀନ ରାଶି : ନିଜ ଜୀବନସାଥୀଙ୍କ ପ୍ରତି ଆପଣଙ୍କ ପୂର୍ଣ୍ଣ ସମର୍ପଣ ରହିବ। ନିଜ ବନ୍ଧୁତା ଏବଂ ପାର୍ଟନରଶିପ ପ୍ରତି ସଜାଗ ରହିବେ। ଆପଣଙ୍କ କଥାକୁ ଭୁଲ୍ ବୁଝାଯିବ। ଆପଣଙ୍କୁ ନିଜ ପରିବାର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ସମୟରେ ଆପଣଙ୍କ ପୂର୍ଣ୍ଣ ଧ୍ୟାନ ନିଜ ମିତ୍ରଙ୍କ ଉପରେ ରହିପାରେ ଯାହା ବ୍ୟର୍ଥ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.